ଋଷ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ କଲେ ଋଷ ରାଷ୍ଟ୍ରପତି; କହିଲେ ଏମିତି କିଛି
ପୁଣି ଥରେ ମୋଦିଙ୍କୁ ପ୍ରଶଂସା କଲେ ଋଷ ରାଷ୍ଟ୍ରପତି । ୟୁକ୍ରେନ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବ୍ରିକ୍ସ କାହା ବିରୋଦ୍ଧରେ ନୁହେଁ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୨-୨୩ରୁ କାଜାନରେ ହେବାକୁ ଥିବା ୧୬ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ।

ଋଷର ରାଷ୍ଟ୍ରପତି କହିଛନ୍ତି, 'ବ୍ରିକ୍ସର ଉଦ୍ଦେଶ୍ୟ କୌଣସି ପ୍ରକାରେ କାହା ବିରୁଦ୍ଧରେ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ମଧ୍ୟ କହିଛନ୍ତି ଯେ ବ୍ରିକ୍ସ ପାଶ୍ଚାତ୍ୟ ବିରୋଧୀ ଗୋଷ୍ଠୀ ନୁହେଁ ବରଂ ଏକ ଅଣ-ପାଶ୍ଚାତ୍ୟ ଗୋଷ୍ଠୀ । ପୁଟିନ କହିଛନ୍ତି, ଋଷ-ୟୁକ୍ରେନ ବିବାଦ ପ୍ରସଙ୍ଗ ଉଠାଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞ।
ସେ କହିଛନ୍ତି, 'ଋଷ ଶାନ୍ତିପୂର୍ଣ୍ଣ ଭାବେ ଏହାର ସମାଧାନ କରିବାକୁ ଚାହୁଁଛି। ଆମେ ନୁହେଁ ବରଂ ୟୁକ୍ରେନ ପକ୍ଷରୁ ଆଲୋଚନା ବନ୍ଦ ହୋଇଯାଇଛି। ପିଏମ ମୋଦୀଙ୍କ ସହ ବାର୍ତ୍ତାଳାପ ସମୟରେ ସେ ପ୍ରତ୍ୟେକ ଥର ଏହି ପ୍ରସଙ୍ଗ ଉଠାନ୍ତି ଏବଂ ନିଜର ମତ ପ୍ରକାଶ କରନ୍ତି। ଏଥିପାଇଁ ଆମେ ତାଙ୍କ ପାଇଁ କୃତଜ୍ଞ।
ଅକ୍ଟୋବର ୨୨-୨୩ରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ କ୍ରମେ କାଜାନରେ ହେବାକୁ ଥିବା ୧୬ ତମ ବ୍ରିକ୍ସ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସରକାରୀ ବିଜ୍ଞପ୍ତିରେ କହିଛି ଯେ 'ଜଷ୍ଟ ଗ୍ଲୋବାଲ ଡେଭଲପମେଣ୍ଟ ଆଣ୍ଡ ସିକ୍ୟୁରିଟି ପାଇଁ ବହୁପକ୍ଷୀୟତାକୁ ମଜବୁତ କରିବା' ବିଷୟବସ୍ତୁ ଉପରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀ ନେତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ଯୋଗାଇବ।












Click it and Unblock the Notifications