ଅଜରବୈଇଜାନ ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କୁ କ୍ଷମା ପ୍ରାର୍ଥନା କଲେ ଋଷ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି?
ରୁଷୀୟ ଆକାଶମାର୍ଗରେ ଏକ ବିମାନ ଦୁର୍ଘଟଣା ପାଇଁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଅଜରବୈଇଜାନ ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ବୁଧବାର (ଡିସେମ୍ବର ୨୫) କାଜାଖସ୍ତାନର ଆକ୍ତୁ ସହର ନିକଟରେ ବିମାନ (୨-୮୨୪୩) ରୁଷ ଆକ୍ରମଣ ଯୋଗୁଁ ଖସି ପଡ଼ିଥିଲା ।

ରାଷ୍ଟ୍ରପତି ପୁଟିନ୍ ଏହି ଦୁଃଖଦ ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବୋଲି ରୁଷ କହିଛି ।
ସୂଚନା ଅନୁସାରେ ଆଜରବାଇଜାନ ଏୟାରଲାଇନ୍ସର ବିମାନ ଜେ୨-୮୨୪୩ ଦକ୍ଷିଣ ରୁଷିଆରୁ ଉଡ଼ାଣ ଭରିବା ପରେ କାଜାଖସ୍ତାନର ଅକ୍ତାଉ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ବଞ୍ଚିଯାଇଥିଲେ। ସେହି ସମୟରେ ରୁଷୀୟ ଅଞ୍ଚଳରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ହେଉଥିବାରୁ ବିମାନଟିକୁ ଡାଇଭର୍ଟ କରାଯାଇଥିଲା। ସେପଟେ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ ତରଫରୁ ଡ୍ରୋନ ଆକ୍ରମଣକୁ ପ୍ରତିରୋଧ କରିବାକୁ କ୍ଷେପଣାସ୍ତ୍ର ମାଡ଼ କରାଯାଉଥିବାବେଳେ ବିମାନଟି ତାହାର ଶିକାର ହୋଇଥିଲା ।












Click it and Unblock the Notifications