ପୁଣି ବଡ଼ଧରଣର ବିମାନ କ୍ରାସ୍ , ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା
୫୦ ଯାତ୍ରୀଙ୍କ ସହିତ ନିଖୋଜ ହୋଇଯାଇଥିବା ଏକ ରୁଷୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ରୁଷର ଆମୁର ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଛି। ବିମାନର ଜଳିଯାଇଥିବା ଭଗ୍ନାଂଶକୁ ଆକାଶମାର୍ଗରୁ ଠାବ କରାଯାଇଛି। ଫଳରେ ଏଥିରେ ଯାତ୍ରା କରୁଥିବା ସମସ୍ତ ୪୯ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବିମାନରେ ୫ ଶିଶୁଙ୍କ ସମେତ ୪୩ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ରହିଥିଲେ।
ମିଡିଆ ରିପୋର୍ଟ ଅନୁଯାୟୀ, ଅଙ୍ଗାରା ଏୟାରଲାଇନ୍ସର An-24 ବିମାନ ଅମୁର ଅଞ୍ଚଳର ଟାଇଣ୍ଡା ଅଭିମୁଖେ ଯାଉଥିଲା। ବିମାନରେ ୪୩ ଜଣ ଯାତ୍ରୀଙ୍କ ସମେତ ୬ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ ଥିଲେ। ଗନ୍ତବ୍ୟସ୍ଥଳର କିଛି କିଲୋମିଟର ଦୂର ଚୀନ ସୀମାରେ ବିମାନ ସହ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା।

ବିମାନଟି ମଝି ଆକାଶରେ କ୍ରାସ୍ ହୋଇଯାଇଛି। ଟାଇଣ୍ଡା ବିମାନ ବନ୍ଦର ଠାରୁ ୧୬ କିଲୋମିଟର ଦୂର ଏକ ପାହାଡ଼ିଆ ଅଞ୍ଚଳରୁ ବିମାନର ଧ୍ଵଂସାବଶେଷ ଠାବ ହୋଇଛି। ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଅବତରଣ ବେଳେ ତ୍ରୁଟି ଯୋଗୁଁ ପ୍ଲେନ୍ କ୍ରାସ୍ ହୋଇଥିବା ଅନୁମାନ କରାଯାଉଛି।












Click it and Unblock the Notifications