ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ: ୬୫ ମୃତ

Russian Plane Crash: ଦୁର୍ଘଟଣାଗ୍ରସ୍ତ ହେଲା ଋଷର ଏକ ସେନା ବିମାନ । ଯାହା ୟୁକ୍ରେନ୍ ସୀମା ନିକଟରେ କ୍ରାଶ ହୋଇଛି ଯେଉଁଥିରେ ୬୫ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୬୫ ଜଣ ୟୁକ୍ରେନ୍ ଯବାନଙ୍କୁ କଏଦ କରି ବବେଲଗ୍ରୁଡ୍ ଅଞ୍ଚଳକୁ ଏହି ବିମାନ ଯୋଗେ ପଠାଯାଉଥିଲା ।

plane crash

ରଏଟର୍ସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଋଷ ସେନା ବିମାନ ଆଇଏଲ-76 ଟ୍ରାନ୍ସପୋର୍ଟ ବିମାନ ୟୁକ୍ରେନ ସୀମା ନିକଟରେ ଥିବା ପଶ୍ଚିମ ବେଲଗ୍ରୁଡ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୟୁକ୍ରେନର ଯୁଦ୍ଧବନ୍ଦୀ କରାଯାଇଥିବା ୬୫ ଜଣ ୟୁକ୍ରେନ୍ ଯବାନ ଥିଲେ । ଯେଉଁ ମାନଙ୍କୁ କଏଦ କରି ବବେଲଗ୍ରୁଡ୍ ଅଞ୍ଚଳକୁ ବିମାନ ଯୋଗେ ପଠାଯାଉଥିଲା ।

ଋଷ ରକ୍ଷା ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ବିମାନରେ ୬୫ ଜଣ ୟୁକ୍ରେନ୍ ସେନା ଥିଲେ । ଯେଉଁମାନଙ୍କୁ ଯୁଦ୍ଧ ସମୟରେ ବନ୍ଦି କରାଯାଇଥିଲା ଏବଂ ଏହି ଯବାନ ମାନଙ୍କୁ ଏକ୍ସଚେଞ୍ଜ ପାଇଁ ବବେଲଗ୍ରୁଡ ଅଞ୍ଚଳକୁ ପଠାଯାଉଥିଲା । ୬୫ ସୈନିକଙ୍କ ସହ ବିମାନରେ ୬ ଜଣ କ୍ରୁ ମେମ୍ବର, ୩ ଜଣ ଏସ୍କର୍ଟ ମଧ୍ୟ ସାମିଲ ଥିଲେ । ଏହି ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଋଷ ପକ୍ଷରୁ ଜାରି କରାଯାଇଛି ।

ସୋସିଆଲ ମିଡିଆରେ ବିମାନ ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯେଉଁ ଭିଡିଓରେ ସ୍ପଷ୍ଟ ଦେଖିବା ପାଇଁ ମିଳୁଛି ଯେ,ବିମାନଟି ଖୁବ୍ ଦ୍ରୁତ ଗତିରେ ଆସି ତଳେ ପଡିଯାଉଛି । ତେବେ ପାଇଲଟ ନିୟନ୍ତ୍ରଣ ହରାଇବା ଫଳରେ ଏପରି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+