Get Updates
Get notified of breaking news, exclusive insights, and must-see stories!

ୟୁକ୍ରେନରେ ରୁଷ୍‌ର ପ୍ରଚଣ୍ଡ ଆକ୍ରମଣ: ୩୧ ମୃତ

ରୁଷ୍‌-ୟୁକ୍ରେନ ଯୁଦ୍ଧବିରତି ପ୍ରୟାସ ବିଫଳ ହେବାପରେ ୟୁକ୍ରେନର ସୀମାବର୍ତ୍ତୀ ସହରଗୁଡ଼ିକ ଉପରେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ୟୁକ୍ରେନର ଜେନେରାଲ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ରବିବାର ୟୁକ୍ରେନର ସୁମି ସହର ଉପରେ ରୁଷ୍‌ର ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଆକ୍ରମଣରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବହୁ ସଂଖ୍ୟାରେ ଲୋକେ ଆହତ ହୋଇଛନ୍ତି। କ୍ଷେପଣାସ୍ତ୍ର ମାଡ଼ରେ ଏକ ସିଭିକ୍‌ ସେଣ୍ଟର ସମେତ ଅନେକ କୋଠା ଧ୍ବଂସ ହୋଇଯାଇଛି।

ସହରର କେନ୍ଦ୍ରସ୍ଥଳରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା ଏବଂ ଜାଣିଶୁଣି ଜନବସତିକୁ ଟାର୍ଗେଟ୍‌ କରାଯାଇଥିଲା ବୋଲି ୟୁକ୍ରେନ କର୍ତ୍ତୃପକ୍ଷ କହିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ମିନିଟ୍‌ରେ ଏକ କାର୍ଯ୍ୟକ୍ରମ ପାଇଁ ଲୋକମାନେ ଏକାଠି ହେଉଥିବା ବେଳେ ସୁମିର ସିଭିକ୍‌ କେନ୍ଦ୍ର ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏଭଳି ଅପରାଧ ମାନବତାବିରୋଧୀ ଏବଂ ସମଗ୍ର ବିଶ୍ବ ଏହାର ନିନ୍ଦା କରିବା ଉଚିତ ବୋଲି ସ୍ଥାନୀୟ ମେୟର କହିଛନ୍ତି।

Russian missiles hit Ukrainian city of Sumy

ଆକ୍ରମଣରେ ନିହତଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବା ବେଳେ ୫୦ରୁ ଅଧିକ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଆମେ ଏଭଳି ଆକ୍ରମଣର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି।

ଶାନ୍ତି ଆଲୋଚନା ପ୍ରସ୍ତାବ ସଂପର୍କରେ ଜେଲେନସ୍କି କହିଛନ୍ତି ଯେ କେବେ ବି କ୍ଷେପଣାସ୍ତ୍ର ଓ ଆକାଶମାର୍ଗରୁ ବୋମା ମାଡ଼ ଭିତରେ ଆଲୋଚନା ହୋଇପାରିବ ନାହିଁ। ରୁଷ୍‌ ଏକ ଆତଙ୍କବାଦୀ ରାଷ୍ଟ୍ର ଭଳି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରୁଷ୍‌ ଓ ୟୁକ୍ରେନ ଏବେ ପରସ୍ପରର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରଖିଥିବାରୁ ଏହାକୁ ନେଇ ଅତି ଜଟିଳ ସ୍ଥିତି ଉପୁଜିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+