ୟୁକ୍ରେନ ଉପରେ ଋଷର ଘନ ଘନ ଡ୍ରୋନ ଆକ୍ରମଣ, ୪ ମୃତ,୧୯ ଆହତ

କେନ୍ଦ୍ରୀୟ ୟୁକ୍ରେନ ସହର ଡିନିପ୍ରୋ ଉପରେ ରୁଷିଆର ଡ୍ରୋନ୍ ଆକ୍ରମଣ ଯୋଗୁଁ ୪ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଏହି ଆକ୍ରମଣରେ ଅନ୍ୟ ୧୯ଜଣ ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ରୁଷିଆ ପକ୍ଷରୁ ୨୦ଟି ଡ୍ରୋନ୍ ମାଧ୍ୟମରେ ଏହି ଆକ୍ରମଣ କରାଯାଇଥିଲା । ଏକ ହୋଟେଲ ଏବଂ କେତେକ ଆବାସିକ କୋଠା ଏହି ଡ୍ରୋନ୍ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଏହି ଆକ୍ରମଣ ନେଇ ରୁଷିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ukraine

ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍‌ଦିମିର୍ ଜେନେଲେସ୍କି ଏହି ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରିଥିବାବେଳେ ୟୁକ୍ରେନ୍‌ର ଶକ୍ତିକ୍ଷେତ୍ର ଗୁଡ଼ିକୁ ଲକ୍ଷ୍ୟକରି ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି । ଆମେରିକା ମଧ୍ୟସ୍ଥତାରେ ଏକମାସ ପାଇଁ ଶକ୍ତି କ୍ଷେତ୍ରଗୁଡ଼ିକ ଉପରେ ଆକ୍ରମଣ ନ କରିବା ପାଇଁ ହୋଇଥିବା ଆଲୋଚନାର ଏହା ବିରୁଦ୍ଧାଚରଣ କରୁଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+