ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ହମଲା, ୪ ମୃତ,୬୭ ଆହତ
ଶନିବାର ରାତିରେ ୟୁକ୍ରେନ୍ ଉପରେ ଡ୍ରୋନ୍ ଓ ମିଜାଇଲ୍ରୁ ଘାତକ ଆକ୍ରମଣ କରିଛି ରୁଷ । ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅତି କମ୍ରେ ୬୭ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ସବୁଠାରୁ ଅଧିକ କ୍ଷୟକ୍ଷତି ରାଜଧାନୀ କିଭ୍ରେ ହୋଇଛି, ଯେଉଁଠି ଗତ ମାସ ଏୟାର ଷ୍ଟ୍ରାଇକ୍ରେ ୨୧ ଜଣ ମୃତ୍ୟୁ ପରେ ଏହି ବଡ଼ ଧରଣର ବୋମାମାଡ଼ ହୋଇଥିଲା। କିଭ୍ ସହର ପ୍ରଶାସନର ପ୍ରମୁଖ ତାଇମୁର ତକାଚେକୋ ରବିବାର ସୋସିଆଲ ମିଡିଆରେ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛି। ମୃତକଙ୍କ ମଧ୍ୟରେ ୧୨ ବର୍ଷୀୟ ଝିଅଟିଏ ରହିଛି। ସହରର କେନ୍ଦ୍ରରେ ହୋଇଥିବା ବିସ୍ଫୋରଣ ପରେ କଳା ଧୂଆଁ ଉଠୁଥିବାର ଦେଖିବାକୁ ମିଳିଥିଲା।

ୟୁକ୍ରେନ ବାୟୁସେନା ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ, ରୁଷ ପକ୍ଷରୁ ୫୯୫ଟି ବିସ୍ଫୋରକ ଡ୍ରୋନ, ୪୮ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରାଯାଇଥିଲା। ୟୁକ୍ରେନ ସେନା ସେଥିରୁ ୫୬୬ ଡ୍ରୋନ ଏବଂ ୪୫ କ୍ଷେପଣାସ୍ତ୍ରକୁ ଖସାଇବାରେ ସଫଳ ହୋଇଛି। ଜାପୋରିଜିୟା, ଖମେଲନିତ୍ସକି, ସୁମୀ, ମାୟକୋଲାଇଭ, ଚେର୍ନିହାଇଭ ଏବଂ ଓଡେସା ଅଞ୍ଚଳରେ ରୁଷ ପକ୍ଷରୁ ଆକ୍ରମଣ କରାଯାଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି। ଆକ୍ରମଣରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
କିଭ ଉପରେ ହୋଇଥିବା ମିସାଇଲ ମାଡ଼ରେ ଇନଷ୍ଟିଟ୍ୟୁଟ୍ ଅଫ୍ କାର୍ଡିଓଲୋଜି ନଷ୍ଟ ହୋଇଛି । ସେହିପରି ଅନେକ ବଡ଼ ବଡ଼ ବିଲ୍ଡିଂ ମଧ୍ୟ ନଷ୍ଟ ହୋଇଛି । ସହରର ବଡ଼ ବଡ଼ ଇନଫ୍ରାଷ୍ଟକଚରକୁ ଟାର୍ଗେଟ କରି ମିସାଇଲ ମାଡ଼ କରିଛି ଋଷ। ଗତ କିଛି ମାସ ମଧ୍ୟରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ଜୋରବାର ବୋଲି ବୋଲି ଜଣାପଡିଛି ।
ଜାପୋରିଜିଆ, ସୁମି, ମାଇକୋଲାଇଭ୍, ଚେର୍ନିହିଭ୍ ଏବଂ ଓଡେସା ଉପରେ ରୁଷ ଏହି ଭୟଙ୍କର ଆଟାକ କରିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହି ଆକ୍ରମଣକୁ ନିନ୍ଦା କରିବା ସହ ଋଷର ଯୁଦ୍ଧଖୋର ନୀତିକୁ ସମାଲୋଚନା କରିଛନ୍ତି। ମସ୍କୋ ଯୁଦ୍ଧ ଜାରି ରଖିବା ସହ ୟୁକ୍ରେନବାସୀଙ୍କୁ ହତ୍ୟା କରିବାକୁ ଚାହୁଁଥିବା କହିଛନ୍ତି ଜେଲେନସ୍କି।












Click it and Unblock the Notifications