ୟୁକ୍ରେନ ଉପରେ ରୁଷର ବଡ଼ ଧରଣର ଆକ୍ରମଣ
ରୁଷ ପୁଣି ଥରେ ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣ କରିଛି । ଗୋଟିଏ ରାତିରେ ରୁଷ ୟୁକ୍ରେନ୍ ଉପରେ ୬୦୦ ରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ଅତି କମରେ ଚାରି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି।
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଶୁକ୍ରବାର ରାତିରେ ରୁଷ ୟୁକ୍ରେନ ଉପରେ ୫୯୭ଟି ଡ୍ରୋନ୍ ଏବଂ ୨୬ଟି କ୍ଷେପଣାସ୍ତ୍ର ମାଧ୍ୟମରେ ପ୍ରଚଣ୍ଡ ଆକ୍ରମଣ କରିଥିଲା। ଏହା ଗତ କିଛି ମାସ ମଧ୍ୟରେ ରୁଷ ଦ୍ୱାରା କରାଯାଇଥିବା ସବୁଠାରୁ ବଡ଼ ଆକ୍ରମଣ। ଜେଲେନସ୍କିଙ୍କ କହିବା ଅନୁଯାୟୀ, ଏହି ଡ୍ରୋନଗୁଡ଼ିକ ମଧ୍ୟରୁ ଅଧିକାଂଶ 'ଶାହେଦ' ଡ୍ରୋନ ଥିଲା, ଯାହା ଇରାନରେ ତିଆରି ହୋଇଥାଏ। ସେ ବିଶ୍ୱକୁ ରୁଷ ଉପରେ କଠୋର କଟକଣା ଲାଗୁ କରିବାକୁ ନିବେଦନ କରିଥିଲେ ଯାହାଦ୍ୱାରା ଏପରି ଆକ୍ରମଣ ବନ୍ଦ ହୋଇପାରିବ।

ୟୁକ୍ରେନୀୟ ବାୟୁସେନା କହିଛି ଯେ ସେମାନେ ୩୧୯ ଡ୍ରୋନ୍ ଏବଂ ୨୫ଟି କ୍ଷେପଣାସ୍ତ୍ର ଖସାଇ ଦେଇଛନ୍ତି। କିନ୍ତୁ ପ୍ରାୟ ୨୦ଟି ଡ୍ରୋନ୍ ଏବଂ ଗୋଟିଏ କ୍ଷେପଣାସ୍ତ୍ର ପାଞ୍ଚଟି ସ୍ଥାନରେ ପଡ଼ିବାରୁ କ୍ଷତି ହୋଇଥିଲା। ତଥାପି, ଏହି ପାଞ୍ଚଟି ସ୍ଥାନ କେଉଁ ତାହା ବାୟୁସେନା ପ୍ରକାଶ କରିନାହିଁ।
ରୟଟର୍ସର ରିପୋର୍ଟ ଅନୁସାରେ, ୟୁକ୍ରେନର ଚେର୍ନିଭସି ସହରରେ ଏହି ଆକ୍ରମଣରେ ଦୁଇଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଜଣେ ୨୬ ବର୍ଷିୟା ମହିଳା ଓ ଜଣେ ୪୩ ବର୍ଷର ପୁରୁଷ। ଏହି ଅଞ୍ଚଳ ରୋମାନିଆର ସୀମା ଠାରୁ ପାଖାପାଖି ୪୦ କିଲୋମିଟର ଦୂରରେ ରହିଛି। ଏହି ହମଲା ଏମିତି ସମୟରେ ହୋଇଛି, ଯେତେବେଳେ ନିକଟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ସେନା ସାହାଯ୍ୟ ଦେବାକୁ କହିଥିଲେ।
ରିପୋର୍ଟ ମୁତାବିକ , ଆକ୍ରମଣରେ ୧୪ଜଣ ଲୋକ ଆହତ ହୋଇଥିବା ବେଳେ ଅନେକ ଆବାସିକ ଓ ସରକାରୀ କୋଠା ଖୁବ୍ ବଡ଼ ଧରଣର କ୍ଷତିଗ୍ରସ୍ତ ହୋଇଛି। ସହରରେ ଅନେକ ସ୍ଥାନରେ ନିଆଁ ଲାଗି ଯାଇଛି ଏବଂ ଆତଙ୍କ ଖେଳି ଯାଇଛି। ହମଲାରେ ଲିଭଭ ସହରର ୪୬ଟି ଆବାସିକ ବିଲ୍ଡିଂ , ଏକ ୟୁନିଭର୍ସିଟି, କୋର୍ଟ ଓ ୨୦ରୁ ଅଧିକ ଛୋଟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି।












Click it and Unblock the Notifications