ରାଷ୍ଟ୍ରପତି ପୁଟିନଙ୍କ ଗାଳି ପରେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ହୃଦଘାତର ଶିକାର
ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହୃଦଘାତ । ଏହା ସ୍ୱାଭାବିକ କାରଣରୁ ନୁହେଁ ବୋଲି ଜଣାପଡିଛି । ଏହା କୌଣସି ଚାପରୁ ଏଭଳି ହୃଦଘାତ ହୋଇଥିବା ବ୍ରିଟିଶ ଖବରକାଗଜ ଡେଲିମେଲରେ ରିପୋର୍ଟ ପ୍ରକାଶ ପାଇଛି ।
ନୂଆଦିଲ୍ଲୀ: ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହୃଦଘାତ । ଏହା ସ୍ୱାଭାବିକ କାରଣରୁ ନୁହେଁ ବୋଲି ଜଣାପଡିଛି । ଏହା କୌଣସି ଚାପରୁ ଏଭଳି ହୃଦଘାତ ହୋଇଥିବା ବ୍ରିଟିଶ ଖବରକାଗଜ ଡେଲିମେଲରେ ରିପୋର୍ଟ ପ୍ରକାଶ ପାଇଛି ।

ମିଡିଆ ରିପୋର୍ଟ୍ସ ଅନୁଯାୟୀ, ୨୦୧୨ରୁ ରୁଷ ରାଷ୍ଟ୍ରପତିଙ୍କ ନିକଟତର ସହଯୋଗୀ ରହିଥିବା ଶୋଇଗୁ ଗତ କିଛି ଦିନ ହେବ ନିଖୋଜ ଅଛନ୍ତି। କିନ୍ତୁ ଆଉ କିଛି ରିପୋର୍ଟ ମୁତାବକ ରାଷ୍ଟ୍ରପତି ପୁଟିନଙ୍କ ନିଜର ନିକଟର ପରାମର୍ଶଦାତା ଏବଂ ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ବଡ ମତଭେଦ ସୃଷ୍ଟି ହୋଇଛି। ଏହି କାରଣରୁ ୨୦ ଜେନେରାଲଙ୍କୁ ଗିରଫ କରାଯାଇଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇଙ୍କ ହୃଦଘାତର ଶିକାର ହେବା ମଧ୍ୟ ସନ୍ଦିଗ୍ଧ ରହିଛି।
ଅନ୍ୟପକ୍ଷରେ ରୁଷିଆ-ୟୁକ୍ରେନ ଯୁଦ୍ଧ ୫୧ଦିନରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ ରୁଷିଆକୁ ବିଶେଷ ସଫଳତା ମିଳିପାରି ନାହିଁ । ଏଥିରେ କ୍ଷୁବ୍ଧ ହୋଇ ରାଷ୍ଟ୍ରପତି ପୁଟିନ ପ୍ରତିରକ୍ଷା ବିଭାଗର ପ୍ରାୟ ୨୦ଜଣ ଜେନେରାଲଙ୍କୁ ଗିରଫ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।












Click it and Unblock the Notifications