ୟୁକ୍ରେନ୍ ଉପରେ ମିସାଇଲ ମାଡ଼ କଲା ରୁଷ,୧୧ ମୃତ
ୟୁକ୍ରେନରେ ଶାନ୍ତି ଚୁକ୍ତିନାମା ଉପରେ ଆଲୋଚନା ମଧ୍ୟରେ ଋଷ ଏକ ବଡ଼ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି । ଉତ୍ତର ୟୁକ୍ରେନର ଡୋବ୍ରୋପିଲିଆ ସହର ଉପରେ ଋଷ ରାତିସାରା ଘନଘନ ଆକ୍ରମଣ କରିଥିବା ଜଣାପଡ଼ିଛି । ଋଷ ସେନାର ରାତିସାରା ଆକ୍ରମଣରେ ପାଞ୍ଚ ଜଣ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ବ୍ୟତୀତ ୩୭ ଜଣ ଆହତ ମଧ୍ୟ ହୋଇଛନ୍ତି ।
ଋଷୀୟ ସୈନ୍ୟମାନେ ଡୋନେସ୍କ ଅଞ୍ଚଳରେ ବାରମ୍ବାର ଆକ୍ରମଣ କରୁଛନ୍ତି, ଏବଂ ଡୋନବାସ ଅଞ୍ଚଳ ଦଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ଚର୍ଚ୍ଚା ହେଉଛି ।ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ରୁଷ ସେନା ବାଲିଷ୍ଟିକ୍ ମିସାଇଲ୍, ଅନେକ ରକେଟ୍ ଏବଂ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଥିଲା । ଏଥିରେ ଆଠଟି ବହୁତଳ କୋଠା ଧୂଳିସାତ୍ ହୋଇଯାଇଥିଲା ।

ଏହି ଆକ୍ରମଣରେ ପ୍ରାୟ ୩୦ଟି ଗାଡ଼ି ନଷ୍ଟ ହୋଇଯାଇଥିଲା । ଉଦ୍ଧାରକାରୀ ଦଳ ଭାଙ୍ଗିଥିବା ବହୁତଳ କୋଠା ତଳୁ ଜୀବନ ଉଦ୍ଧାର କରିବା ପାଇଁ ସଂଘର୍ଷ କରୁଛନ୍ତି । ଅନ୍ୟପଟେ ପାଞ୍ଚ ଜଣ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୭ ଜଣ ଆହତ ହୋଇଛନ୍ତି । ୟୁକ୍ରେନ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ଖାରକିଭ ଅଞ୍ଚଳରେ ଅନ୍ୟ ଏକ ଆକ୍ରମଣରେ ତିନି ଜଣ ଲୋକ ପ୍ରାଣ ହରାଇଛନ୍ତି ।
ରୁଷ ଆକ୍ରମଣରେ କିଭର ଟେନଷ୍ଟିକ ଅଞ୍ଚଳର ୧୧ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ଫଳରେ ଲୋକ ଭୟଭୀତ ରହିଛନ୍ତି । ତେଣୁ ଏଠିକାର ଗଭର୍ଣ୍ଣର ଶୋକ ଦିବସ ଘୋଷଣା କରିଛନ୍ତି ।












Click it and Unblock the Notifications