ୟୁକ୍ରେନରେ ଭୟଙ୍କର ଆକ୍ରମଣ , ଧ୍ୱଂସ ଲୀଳା ରଚିଲେ ଋଷ୍ ବାୟୁସେନା
ୟୁକ୍ରେନରେ ଭୟଙ୍କର ଆକ୍ରମଣ । ଧ୍ୱଂସ ଲୀଳା ରଚିଲେ ଋଷ୍ ବାୟୁସେନା । ୩୬ ମିସାଇଲ୍ ସହ ୨୪୨ ଡ୍ରୋନ ଦ୍ୱାରା ଆଟାକ୍ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ମଧ୍ୟରେ ଆକ୍ରମଣ କରିଛନ୍ତି ଭ୍ଲାଦିମିର୍ ପୁଟିନ । ପୁଟିନଙ୍କ ବାସଭବନରେ ହୋଇଥିବା ଆକ୍ରମଣ ପରେ ଏହା ଋଷ ତରଫରୁ କାଉଣ୍ଟର୍ ଆଟାକ୍ ବୋଲି କୁହାଯାଉଛି ।

ଗୋଟିଏ ଦିଗରେ ଆମେରିକା-ଭେନେଜୁଏଲା ମଧ୍ୟରେ ଯୁଦ୍ଧ । ଆନ୍ୟ ଦିଗରେ ଗ୍ରୀନଲ୍ୟାଣ୍ଡକୁ କବଜା କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଆଖି । ସେପଟେ ମହାସାଗରରେ ଋଷିଆ-ୟୁଏସ ମୁହାଁମୁହିଁ । ଏହା ଭିତରେ ଋଷ ଦେଖାଇଛି ନିଜର ପତିଆରା । ସିଧାସଳଖ ନାଟୋକୁ ଦେଇଛି ଚ୍ୟାଲେଞ୍ଜ୍ ।
କିଭ୍ ର ଦାବି ଅନୁସାରେ, ଋଷିଆ ଗୁରୁବାର ରାତିରେ ୟୁକ୍ରେନର ଅନେକ ସ୍ଥାନରେ ଆକ୍ରମଣ କରିଛି । ୩୬ଟି ହାଇପରସୋନିକ୍ ମିସାଇଲରେ ଆଟାକ୍ ହୋଇଛି । ଏହାସହ ଡ୍ରୋନ୍ ମଧ୍ୟ ବ୍ୟବହାର ହୋଇଛି । ଯେଉଁଥିରେ ୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ।
ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ୟୁରୋପୀୟ ୟୁନିୟନ ଏବଂ ନାଟୋ ସୀମାରେ ମିସାଇଲ୍ ଆଟାକ୍ ହୋଇଛି । ଯାହା ୟୁରୋପର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । କିଭ୍ ର ସହଯୋଗୀଙ୍କ ପାଇଁ ଆକ୍ରମଣ ସତର୍କ ଘଣ୍ଟି ସଦୃଶ ଅଟେ ।
ରାଷ୍ଟ୍ରପତି ଜେଲେନସ୍କି ଋଷର ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛନ୍ତି । ସେ କହିଛନ୍ତି ୟେ, ଆକ୍ରମଣରେ କତାର ଦୂତାବାସର ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଏହାପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦ଟି ସାଧାରଣ ନାଗରିକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସେ ଶୋକ ବ୍ୟକ୍ତ କରିଛନ୍ତି ।
ଋଷିଆ କହିଛି ଯେ, ଡିସେମ୍ବର ମାସରେ ପୁଟିନଙ୍କ ଘରେ ଆକ୍ରମଣ ହୋଇଥିଲା । ଯାହା ବିରୋଧରେ ଏବେ ଆକ୍ସନ୍ ନିଆଯାଉଛି । ନିଜ ସୁରକ୍ଷା ପାଇଁ ମସ୍କୋ ଜବାବ ଦେଇଛି ।












Click it and Unblock the Notifications