ବନ୍ଦ ହେବ ଋଷ ୟୁକ୍ରେନ ଯୁଦ୍ଧ ; ଶାନ୍ତି ପ୍ରସ୍ତାବରେ ରାଜି ହେବେ ୟୁକ୍ରେନ ରାଷ୍ଟ୍ରପତି

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଶାନ୍ତି ପ୍ରସ୍ତାବରେ ରାଜି ହେବେ । ଏହି ପ୍ରସ୍ତାବକୁ ଜେଲେନସ୍କି ଅନୁମୋଦନ କରିବେ ବୋଲି ଆଶା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଆମେରିକା ପାଖରେ ଶାନ୍ତି ଫେରାଇ ଆଣିବାର ବାଟ ଅଛି । ଶୀତୠତୁ ପୂର୍ବରୁ ୟୁକ୍ରେନ ଉପରେ ଘନେଇ ଆସୁଥିବା ଶକ୍ତି ସଙ୍କଟ ବିଷୟରେ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି ଯେ, ଜେଲେନସ୍କିଙ୍କୁ ଏହି ନୂତନ ଯୋଜନାକୁ ଅନୁମୋଦନ କରିବାକୁ ପଡ଼ିବ ।

Russia-Ukraine war

ସେପଟେ ରୁଷ ରାଷ୍ଟ୍ରପତି ପୁଟିନ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ୨୮ ଦଫା ସମ୍ବଳିତ ଶାନ୍ତି ଯୋଜନା ୟୁକ୍ରେନ ବିବାଦର ଚୂଡ଼ାନ୍ତ ସମାଧାନ ପାଇଁ ଏକ ଭିତ୍ତିଭୂମି ହୋଇପାରିବ । ୟୁକ୍ରେନ ଯୁଦ୍ଧବିରତି ପାଇଁ ଆମେରିକା ଓ ଋଷ ପ୍ରସ୍ତୁତ କରିଥିବା ୨୮ ସୂତ୍ରୀ ପ୍ରସ୍ତାବ ଲିକ୍ ହୋଇଛି । ଏଥିରେ ରହିଛି ଋଷିଆ କ୍ରିମିଆ ଏବଂ ଡୋନବାସକୁ ନିଜ ପାଖରେ ରଖିବ । ନାଟୋର ଆଉ ସମ୍ପ୍ରସାରଣ ହେବ ନାହିଁ । ୟୁକ୍ରେନ ନାଟୋରେ ସାମିଲ ହେବ ନାହିଁ କିନ୍ତୁ ୟୁରୋପୀୟ ସଂଘରେ ଯୋଗ ଦେଇପାରିବ । ଋଷିଆ ଉପରୁ କଟକଣାଗୁଡିକୁ ପର୍ଯ୍ୟାୟ କ୍ରମେ ହଟାଯିବ । କିନ୍ତୁ ଋଷିଆର ଜବତ ହୋଇଥିବା ୧୦୦ ବିଲିୟନ ଡଲାରର ସମ୍ପତ୍ତି ୟୁକ୍ରେନର ପୁନଃନିର୍ମାଣ ପାଇଁ ବିନିଯୋଗ କରାଯିବ । ୟୁକ୍ରେନ ନିଜ ସୈନ୍ୟ ସଂଖ୍ୟାକୁ ୬ ଲକ୍ଷ ମଧ୍ୟରେ ସୀମିତ ରଖିବ । ୟୁକ୍ରେନରେ କୌଣସି ବିଦେଶୀ ସୈନ୍ୟ ରହିବେ ନାହିଁ । ଚୁକ୍ତି ହେବାର ୧୦୦ ଦିନ ମଧ୍ୟରେ ୟୁକ୍ରେନରେ ନିର୍ବାଚନ କରାଯିବ । ୟୁକ୍ରେନରେ ସମସ୍ତ ନାଜି ବିଚାରଧାରାକୁ ନିଷେଧ କରାଯିବ ବୋଲି ଶାନ୍ତି ପ୍ରସ୍ତାବରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+