Russia-Ukraine War: ସାରା ବିଶ୍ୱ ଆଗରେ ଗୁହାରୀ କଲା ୟୁକ୍ରେନ, 'ଆମକୁ ବଞ୍ଚାନ୍ତୁ, ନଚେତ୍ ଧ୍ୱଂସ ହୋଇଯିବୁ'

ଜାତିସଂଘରେ ୟୁକ୍ରେନ ରାଷ୍ଟ୍ରଦୂତ ସର୍ଜେ କିସଲିଟିସିଆ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ ଘୋଷଣା କରିବା ପରେ ଏବଂ ତାଙ୍କ ଦେଶକୁ ରକ୍ଷା କରିବା ପାଇଁ ବିଶ୍ୱକୁ ନିବେଦନ କରି ଭାବପ୍ରବଣ ହୋଇଥିଲେ।

କ୍ୱିବ: ଦୀର୍ଘ ଦିନର ଉତ୍ତେଜନା ପରେ ଋଷ ଗୁରୁବାର ୟୁକ୍ରେନ ଉପରେ ଆକ୍ରମଣ କରିଛି । ଏହି କ୍ଷେପଣାସ୍ତ୍ର ଆକ୍ରମଣରେ 8 ୟୁକ୍ରେନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ୟୁକ୍ରେନର ଅନେକ ଗାଁ ଋଷର ସେନା ଦ୍ୱାରା ଦଖଲ କରାଯାଇଛି। ଏଠାରେ କ୍ରମିକ ବିସ୍ଫୋରଣ ଘଟୁଛି । ଅନ୍ୟପକ୍ଷରେ ୟୁକ୍ରେନ ଦାବି କରିଛି ଯେ ସେ ଋଷର 6 ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛି। ଏହି ସମୟରେ ଋଷ ମଧ୍ୟ ବେଲାଋଷ ସୀମାରୁ ଆକ୍ରମଣ କରିଛି । ଋଷ ବର୍ତ୍ତମାନ ୟୁକ୍ରେନକୁ ତିନି ପାର୍ଶ୍ୱରୁ ଆକ୍ରମଣ କରୁଛି।

Russia-Ukraine War

ଋଷର ଆକ୍ରମଣର ସମ୍ମୁଖୀନ ହେଉଥିବା ୟୁକ୍ରେନ ସମଗ୍ର ବିଶ୍ୱରେ ବାସ କରୁଥିବା ଦେଶବାସୀଙ୍କୁ ନିବେଦନ କରିଛି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କାଲେଭା କହିଛନ୍ତି ଯେ, ପୁଟିନ ଆମ ଉପରେ ଲଗାତାର ଆକ୍ରମଣ କରୁଛି । କିନ୍ତୁ ଆମେ ଏପର୍ଯ୍ୟନ୍ତ ପଳାୟନ କରି ନାହୁଁ । ସେନା, କୂଟନୀତିଜ୍ଞ, ସମସ୍ତେ କାର୍ଯ୍ୟ କରୁଛନ୍ତି । ୟୁକ୍ରେନ ଯୁଦ୍ଧ କରିବ। ୟୁକ୍ରେନ ନିଜକୁ ରକ୍ଷା କରିବ। ୟୁକ୍ରେନ ଜିତିବ । ସେ ବିଦେଶରେ ରହୁଥିବା ୟୁକ୍ରେନବାସୀଙ୍କୁ ଅବେଦନ କରିଛନ୍ତି ଯେ, ଯେଉଁ ଦେଶରେ ଆପଣମାନେ ରହୁଛନ୍ତି । ସେଠାରେ
ପୁଟିନଙ୍କ ଆକ୍ରମଣର ସତ୍ୟତା ବଖାଣନ୍ତୁ । ସେଠାକାର ସରକାରଙ୍କୁ ଏବିଷୟରେ ଜଣାନ୍ତୁ ।

"ଆମକୁ ବଞ୍ଚାନ୍ତୁ, ନଚେତ୍ ଧ୍ୱଂସ ହୋଇଯିବୁ"

ଜାତିସଂଘରେ ୟୁକ୍ରେନ ରାଷ୍ଟ୍ରଦୂତ ସର୍ଜେ କିସଲିଟିସିଆ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ ଘୋଷଣା କରିବା ପରେ ଏବଂ ତାଙ୍କ ଦେଶକୁ ରକ୍ଷା କରିବା ପାଇଁ ବିଶ୍ୱକୁ ନିବେଦନ କରି ଭାବପ୍ରବଣ ହୋଇଥିଲେ। ସେ କହିଛନ୍ତି ଯେ, ଆମକୁ ବଞ୍ଚାନ୍ତୁ, ଋଷ ଆମ ଅଞ୍ଚଳ ନଷ୍ଟ କରିବାରେ ବ୍ୟସ୍ତ। ସେ କହିଛନ୍ତି ଯେ, ଏଠାରେ ବସି ଶାନ୍ତି ବିଷୟରେ କଥାବାର୍ତ୍ତା ହେଉଥିବାବେଳେ ଋଷ ଆମ ଅଞ୍ଚଳକୁ ସୈନ୍ୟ ପଠାଉଛି।

ରାଷ୍ଟ୍ରଦୂତ ଜାତିସଂଘକୁ କହିଛନ୍ତି ଯେ, ଯୁଦ୍ଧ ବନ୍ଦ କରିବା ଏହି ଗୃହର ଦାୟିତ୍ୱ ଅଟେ। କିସଲିଟିସିଆ ସମସ୍ତ ଦେଶକୁ ନିବେଦନ କରିଛନ୍ତି ଏବଂ କହିଛନ୍ତି, ଆପଣମାନେ ନିଜ ପାରୁପର୍ଯ୍ୟନ୍ତ ଆମକୁ ସାହଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଏହାର ଜବାବରେ ଋଷର ରାଷ୍ଟ୍ରଦୂତ କହିଛନ୍ତି ଯେ, ଋଷ ସାମରିକ କାର୍ଯ୍ୟକୁ ଅନୁମୋଦନ କରିଛି ଏବଂ ଯୁଦ୍ଧ ଘୋଷଣା କରି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+