Russia Ukraine War: ଚେତାବନୀ ଦେଲେ ପୁଟିନ୍, କେବଳ ଏହି ସର୍ତ୍ତରେ ଯୁଦ୍ଧ ବନ୍ଦ ହେବ, ନଚେତ୍...

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ୟୁକ୍ରେନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ସାମରିକ ବିବାଦ, ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି, ଯେତେବେଳେ କିଭ୍ ଅସ୍ତ୍ରଶସ୍ତ୍ର ରଖି କ୍ରେମଲିନର ସମସ୍ତ ଦାବିକୁ ଗ୍ରହଣ କରିବ, ସେତେବେଳେ ହିଁ ବନ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ୟୁକ୍ରେନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ସାମରିକ ବିବାଦ, ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି, ଯେତେବେଳେ କିଭ୍ ଅସ୍ତ୍ରଶସ୍ତ୍ର ରଖି କ୍ରେମଲିନର ସମସ୍ତ ଦାବିକୁ ଗ୍ରହଣ କରିବ, ସେତେବେଳେ ହିଁ ବନ୍ଦ ହେବ । ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନଙ୍କ ସହ ଟେଲିଫୋନ୍‌ରେ କଥାବାର୍ତ୍ତା ବେଳେ ପୁଟିନ ଏହା କହିଛନ୍ତି। ଶାନ୍ତି ପ୍ରସ୍ତାବ ଆଲୋଚନାର ତୃତୀୟ ରାଉଣ୍ଡରେ ଏହି ଗଠନମୂଳକ ଆଭିମୁଖ୍ୟ ଗ୍ରହଣ କରିବାକୁ ୟୁକ୍ରେନକୁ ପରାମର୍ଶ ଦିଆଯିବ ବୋଲି ପୁଟିନ୍ କହିଛନ୍ତି।

Russia Ukraine War

ରାଷ୍ଟ୍ରପତି ପୁଟିନଙ୍କ ମନ୍ତବ୍ୟ କ୍ରେମଲିନ ରିଡଆଉଟରେ ପ୍ରକାଶ ପାଇଛି। ପୋପ୍ ଫ୍ରାନ୍ସିସ୍ ଆଜି ୟୁକ୍ରେନରେ ଋଷର 'ସ୍ୱତନ୍ତ୍ର ଅପରେସନ୍'କୁ ନିନ୍ଦା କରିଛନ୍ତି। ସେ ଏହାକୁ 'ଲୁହ ଓ ରକ୍ତ ନଦୀର ଏକ ଅପରେସନ୍' ବୋଲି ବର୍ଣ୍ଣନା କରିଥିଲେ । ଯାହା ଏକ ଯୋଜନା ଅନୁଯାୟୀ ଚାଲିଥିଲା ​​ଏବଂ ଏହା ଧାର୍ଯ୍ୟ କରାଯାଇଥିଲା।

କ୍ରେମଲିନ୍ କହିଛି ଯେ, ଯଦି କିଭ୍ ଅସ୍ତ୍ରଶସ୍ତ୍ର ରଖେ ଏବଂ ରୁଷର ଦାବିକୁ ଗ୍ରହଣ କରେ ତେବେ ଏହି ସ୍ୱତନ୍ତ୍ର ଅପରେସନ ବନ୍ଦ ହେବ । ଫେବୃଆରୀ 24 ରେ ୟୁକ୍ରେନ ଉପରେ ପାଶ୍ଚାତ୍ୟର ନିକଟତରତା ଏବଂ ନାଟୋରେ ଯୋଗଦେବା ନେଇ ଜାତୀୟ ସୁରକ୍ଷା ଚିନ୍ତାଧାରା ଦର୍ଶାଇ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ୟୁକ୍ରେନର ସାମରିକ ସାମର୍ଥ୍ୟ ନଷ୍ଟ ନହେବା ପର୍ଯ୍ୟନ୍ତ ଏବଂ ଦେଶ "ନବ ନାଜି" ରୁ ମୁକ୍ତ ନହେବା ପର୍ଯ୍ୟନ୍ତ ମସ୍କୋ ଏହାର ଆକ୍ରମଣ ବନ୍ଦ କରିବ ନାହିଁ ବୋଲି କହିଛି। ଋଷ ବିରୁଦ୍ଧରେ ବିଶ୍ୱ ସମୁଦାୟ ଏବଂ ବିଭିନ୍ନ ପାଶ୍ଚାତ୍ୟ ଦେଶରୁ ୟୁକ୍ରେନ ସହାୟତା ଲୋଡିଥିଲା, କିନ୍ତୁ ଏପର୍ଯ୍ୟନ୍ତ ସେମିତି କହିଛି ଠୋସ୍ ସହାୟତ ୟୁକ୍ରେନକୁ ମିଳିପାରି ନାହିଁ । ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ କେବଳ ୟୁକ୍ରେନକୁ କୂଟନୌତିକ ସମର୍ଥନ ଦେଇଛନ୍ତି।

ଏହି ଯୁଦ୍ଧରେ ଋଷ ୟୁକ୍ରେନର ବନ୍ଦର ସହର ଖେରସନ, ଆଣବିକ କାରଖାନା, ଖାର୍କିଭ ଏବଂ ମାରିଅପୋଲକୁ କାବୁ କରିଛି। ବ୍ରିଟିଶ ମିଲିଟାରୀ ଇଣ୍ଟେଲିଜେନ୍ସ କହିଛି ଯେ, ଋଷର ସାମରିକ କନଭେନ ଧୀରେ ଧୀରେ ରାଜଧାନୀ କିଭ୍ ଆଡକୁ ଗତି କରୁଛି। ତେବେ, ୟୁକ୍ରେନର ଦୃଢ ପ୍ରତିକ୍ରିୟା ହେତୁ ଋଷର ସୈନ୍ୟବାହିନୀର ଗତି ମନ୍ଥର ହୋଇଯାଇଛି।

ଅନ୍ୟପଟେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପାଶ୍ଚାତ୍ୟ ଦେଶମାନଙ୍କୁ କହିଛନ୍ତି ଯେ, ଯଦି ଆପଣ ୟୁକ୍ରେନକୁ ଶକ୍ତିଶାଳୀ ସହାୟତା ଯୋଗାଇବାରେ ବିଫଳ ହୁଅନ୍ତି, ତେବେ ଆସନ୍ତାକାଲି ଯୁଦ୍ଧ ଆପଣଙ୍କ ଦ୍ୱାରରେ ଠିଆ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+