ବଢିଲା ପରମାଣୁ ଯୁଦ୍ଧ ବିପଦ! ଡ୍ରିଲ୍‌ ପାଇଁ ନିର୍ଦ୍ଦେଶ ଦେଲେ ପୁଟିନ୍

ୟୁକ୍ରେନ ଯୁଦ୍ଧକୁ ୨୫ ଦିନ ବିତିଲାଣି । ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ଏବେ ୟୁକ୍ରେନ ଉପରେ ଘନେଇଲାଣି ପରମାଣୁ ଆକ୍ରମଣର ଭୟ । କାରଣ ପରମାଣୁ ଯୁଦ୍ଧ ସମରାଭ୍ୟାସ ପାଇଁ ଋଷ ରାଷ୍ଟ୍ରପତି ପୁଟିନ୍ ଆଦେଶ ଦେଇଥିବା ସୂଚନା ମିଳିଛି ।

ନୂଆଦିଲ୍ଲୀ: ଋଷ- ୟୁକ୍ରେନ ଯୁଦ୍ଧକୁ ୨୫ ଦିନ ବିତିଲାଣି । ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ଏବେ ୟୁକ୍ରେନ ଉପରେ ଘନେଇଲାଣି ପରମାଣୁ ଆକ୍ରମଣର ଭୟ । କାରଣ ପରମାଣୁ ଯୁଦ୍ଧ ସମରାଭ୍ୟାସ ପାଇଁ ଋଷ ରାଷ୍ଟ୍ରପତି ପୁଟିନ୍ ଆଦେଶ ଦେଇଥିବା ସୂଚନା ମିଳିଛି ।

Russia Ukraine War

ଅନ୍ତାର୍ଜତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସିଗନାଲ ଦେଇଛନ୍ତି। ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ନିଜ ସେନାକୁ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। କେବଳ ଏତିକି ନୁହେଁ ଏଥିରୁ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବେରିଆ ପଠାଇଦେଇଥିବା ମଧ୍ୟ ଖବର ଶୁଣିବାକୁ ମିଳୁଛି।

ତେବେ ପୁଟିନଙ୍କ ପରମାଣୁ ଆକ୍ରମଣ ନିଷ୍ପତ୍ତି କ୍ରେମଲିନର ଅଧିକାରୀଙ୍କୁ ଘୋର ଚିନ୍ତାରେ ପକାଇଛି । ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ମୁତାବକ, ଯୁଦ୍ଧକୁ ୨୫ ଦିନ ହୋଇଥିଲେ ବି ୟୁକ୍ରେନ ଅସ୍ତ୍ର ଛାଡିବାକୁ ରାଜି ହେଉନାହିଁ, ଯାହା ପୁଟିନଙ୍କୁ କ୍ରୋଧିତ କରିଛି । ୟୁକ୍ରେନର ପ୍ରତିଆକ୍ରମଣକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି ପୁଟିନ୍ ।

ମିଡିଆ ରିପୋର୍ଟ ଅନୁସାରେ, ରୁଷିଆର ବରିଷ୍ଠ ରାଜନୈତିକ ନେତାମାନଙ୍କୁ ମଧ୍ୟ ପରମାଣୁ ଯୁଦ୍ଧ ଉଦ୍ଧାର କାର୍ଯ୍ୟରେ ଭାଗ ନେବାକୁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ରୁଷର ସୁରକ୍ଷା ବର୍ତ୍ତମାନ ପାଇଁ ଉପପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦ୍‌ଭେଦ୍ ଉପରେ ନ୍ୟାସ୍ତ ରହିଛି। ତେଣୁ ସେ ରୁଷ ସଂସଦର ଉଭୟ ସଦନକୁ ପରମାଣୁ ଯୁଦ୍ଧ ସମ୍ପର୍କରେ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+