ଟ୍ରମ୍ପଙ୍କ ସହ ସାକ୍ଷାତ ପୂର୍ବରୁ ପୁଟିନ କରିବେ ବଡ଼ ଧମାକା!
ଆଲାସ୍କାରେ ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ଧମାକା କରିବାକୁ ଯାଉଛନ୍ତି। ସେ ରୁଷର ବାରଣ୍ଟସ୍ ସାଗର ନିକଟରେ ଥିବା ଏକ ଗୁପ୍ତ ପରୀକ୍ଷଣ ସ୍ଥାନରେ ବିଶ୍ୱର ପ୍ରଥମ ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କୁହାଯାଉଛି ଯେ ଏହା ବିଶ୍ୱର ସବୁଠାରୁ ଭୟଙ୍କର, ଅତ୍ୟନ୍ତ ଦୂରଗାମୀ କ୍ଷେପଣାସ୍ତ୍ର ଯାହା ଟାର୍ଗେଟ ଆଖପାଖର ଗୋଟିଏ କିମ୍ବା ଦୁଇ କିଲୋମିଟର ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବ।

ଆସନ୍ତା ୧୫ ତାରିଖରେ ହେବାକୁ ଥିବା ରୁଷ-ଆମେରିକା ବୈଠକ ପୂର୍ବରୁ ନିଜର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ ନୂତନ ପରମାଣୁ-ଚାଳିତ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିସାରିଥିବ ମସ୍କୋ। ଆମେରିକା ଓ ୟୁକ୍ରେନ ଉପରେ ଚାପ ପ୍ରୟୋଗ କରିବାକୁ ରୁଷ ଏପରି କରିପାରେ ବୋଲି କେତେକ ପାଶ୍ଚାତ୍ୟ ସାମରିକ ବିଶେଷଜ୍ଞ କହିଛନ୍ତି ।












Click it and Unblock the Notifications