Get Updates
Get notified of breaking news, exclusive insights, and must-see stories!

ୟୁକ୍ରେନ ଉପରେ ରୁଷର ଭୟଙ୍କର ଡ଼୍ରୋନ୍ ଆଟାକ୍‌, ଆମେରିକା ରାଷ୍ଟ୍ରପତି କହିଲେ .....

ୟୁକେନ୍ ଉପରେ ବର୍ତ୍ତମାନର ସବୁଠାରୁ ବଡ଼ ଡ୍ରୋନ୍ ଆଟାକ୍। ୟୁକ୍ରେନର ଅଧିକାରୀଙ୍କ କହିବା ଅନୁସାରେ, ଏହି ହମଲା ଯୁଦ୍ଧର ଆରମ୍ଭରୁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏୟାରଷ୍ଟ୍ରାଇକ୍। ଆକ୍ରମଣ ପରେ ୟୁକ୍ରେନ୍‌ର ବହୁ ସହରରେ ଦେଖିବାକୁ ମିଳିଛି। କିଭ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ୟୁକ୍ରେନ୍ ଅଧିକାରୀ ରବିବାର ଏନେଇ ସୂଚନା ଦେଇଛନ୍ତି।

ଏହି ଆକ୍ରମଣରେ ଋଷ ୨୭୩ଟି ଡ୍ରୋନ୍ ମାଡ଼ କରିଥିଲା। ୟୁକ୍ରେନ୍ ବାୟୁସେନା ଅନୁସାରେ, ରୁଷର ଅଧିକାଂଶ ଆକ୍ରମଣ କିଭ୍‌ର କେନ୍ଦ୍ରୀୟ କ୍ଷେତ୍ର ଓ ଦେଶର ପୂର୍ବ ଭାଗ ଡୋନିପ୍ରୋପେତ୍ରସ୍କ ଓ ଡୋନେସ୍କ ଅଞ୍ଚଳକୁ ଟାର୍ଗେଟ କରାଯାଇଛି। ଏହା ପୂର୍ବରୁ ଫେବୃଆରୀ ୨୦୨୫ ରେ ଋଷର ୨୬୭ ଡ୍ରୋନ୍ ଆକ୍ରମଣ କରିଥିଲା, ଯାହାକି ସେ ସମୟର ରେକର୍ଡ ଥିଲା।

ନିକଟରେ ଇସ୍ତାନବୁଲରେ ରୁଷ-ୟୁକ୍ରେନ୍‌ ଭିତରେ ତିନି ବର୍ଷ ପରେ ହୋଇଥିବା ଶାନ୍ତିବାର୍ତ୍ତା ବିଫଳ ଥିଲା। ଦୁଇ ପକ୍ଷ କେବଳ କଏଦୀଙ୍କୁ ଆଦାନ-ପ୍ରଦାନ ଚୁକ୍ତି କରିଥିଲେ, କିନ୍ତୁ ଯୁଦ୍ଧ ବିରତି ଉପରେ କୌଣସି ସହମତି ପ୍ରକାଶ କରିନଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ସୋମବାର ରୁଷର ରାଷ୍ଟ୍ରପତି ପୁଟିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିବାର ଘୋଷଣା କରିଛନ୍ତି।

WAR

ଟ୍ରମ୍ପ କହିଛନ୍ତି ଅସ୍ତ୍ରବିରତି ପାଇଁ ସେ ପୁଟିନ୍‌ଙ୍କ ସହ କଥା ହେବେ। ଏହି ରକ୍ତାକ୍ତ ସଂଘର୍ଷ ବନ୍ଦ କରିବା ନେଇ ତାଙ୍କ ସହ ଆଲୋଚନା କରିବେ। ଉଲ୍ଲେଖନୀୟ ଯେ, ରବିବାର ଭୋର ସମୟରୁ ଚାଲିଥିବା ଲଗାତାର ହମଲାରେ କିଭ୍‌ର ଓବୁଖିଭ ଜିଲ୍ଲାରେ ୨୮ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।ଜଣେ ୪ ବର୍ଷର ଶିଶୁ ସହ ୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ ବହୁ ଆବାସିକ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+