Get Updates
Get notified of breaking news, exclusive insights, and must-see stories!

ୟୁକ୍ରେନ ଉପରେ ୧୦୦୦ରୁ ଅଧିକ ଡ଼୍ରୋନ ମାଡ଼ କଲା ଋଷ, ଚାଲିଗଲା ୩୩ ଜୀବନ

ରୁଷ୍‌ ସେନା ପକ୍ଷରୁ ଶନିବାର ୟୁକ୍ରେନର ଏକାଧିକ ସହର ଉପରେ ପ୍ରବଳ ଆକ୍ରମଣ କରାଯାଇଥିବାବେଳେ ୩୩ ଜଣଙ୍କର ପ୍ରାଣହାନି ଘଟିଛି। ଶତାଧିକ ଆହତ ହୋଇଥିବାବେଳେ କୋଠା, ସଡକ ଓ ଅନ୍ୟ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଛି। ମୃତକଙ୍କ ମଧ୍ୟରେ ୬ ଶିଶୁ ସାମିଲ ଥିବାବେଳେ ଆଉ କେତେକ ଧ୍ବଂସସ୍ତୂପ ତଳେ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି।

ରୁଷ୍‌ ସେନା ପକ୍ଷରୁ ୧୦୦୦ ଡ୍ରୋନ, ୧୦୦୦ ଗ୍ଲାଇଡ୍ ବୋମା ଏବଂ ବିଭିନ୍ନ ପ୍ରକାରର ୬୦ଟି କ୍ଷେପଣାସ୍ତ୍ର ସହାୟତାରେ ୟୁକ୍ରେନର ଟେର୍ନୋପିଲ, ଡୋନେସ୍କ୍‌, ଡିନିପ୍ରୋ, ନିକୋପୋଲ୍‌ ଭଳି ସହର ଉପରେ ଆକ୍ରମଣ କରାଯାଇଥିଲା।

drones

ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ଫଟୋ ଓ ଭିଡିଓକୁ ନିଜର ଏକ୍ସ ଆକାଉଣ୍ଟରେ ଅପ୍‌ଲୋଡ କରିଛନ୍ତି। ରୁଷ୍‌ ସେନା ୟୁକେୟନର ଜନବସତି ଓ ସାଧାରଣ ଲୋକଙ୍କୁ ନିଶାଣ କରିଥିବାରୁ ଜେଲେନ୍‌ସ୍କି ଏହାର ତୀବ୍ର ନିନ୍ଦା କରିଛନ୍ତି।

ଏହି ଆକ୍ରମଣକୁ ନେଇ ଜେଲେନ୍‌ସ୍କି ଇତିମଧ୍ୟରେ ଆମେରିକା, ଜର୍ମାନୀ, ଫ୍ରାନ୍ସ ଓ ବ୍ରିଟେନର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରୁଷ୍‌ର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣର ମୁକାବିଲା କରିବାକୁ ଜେଲେନ୍‌ସ୍କି ଏହି ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକରୁ ଏୟାର ଡିଫେନ୍ସ ସିଷ୍ଟମ ସହାୟତା ଲୋଡିଛନ୍ତି। ୨୦୨୨ ଫେବୃଆରୀ ୨୪ରୁ ରୁୁଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଥିବାବେଳେ ସହସ୍ରାଧିକ ଲୋକ ପ୍ରାଣ ହରାଇ ସାରିଲେଣି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+