ଯୁକ୍ରେନର ୧୧୨ ଡ୍ରୋନକୁ ଖସାଇଲା ଋଷ
ଗତକାଲି ରାତିରେ ରୁଷ୍ର ବାୟୁ ପ୍ରତିରକ୍ଷା କଳାସାଗର ଏବଂ ଆଜୋଭ୍ ସାଗର ସମେତ ବିଭିନ୍ନ ଅଞ୍ଚଳରେ ୧୧୨ଟି ୟୁକେନୀୟ ଡ୍ରୋନ୍କୁ ଅଟକାଇବା ସହ ନଷ୍ଟ କରି ଦେଇଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଆଧାରରେ ସେଠାକାର ସମ୍ବାଦ ସରବରାହ ସଂସ୍ଥା ଟାସ୍ କହିଛି, ୧୧୨ଟି ୟୁକ୍ରେନୀୟ ମାନବ ବିହୀନ ଡ୍ରୋନ୍କୁ ଗତ ରାତିରେ ରୁଷ୍ ବାୟୁ ପ୍ରତିରକ୍ଷା ନଷ୍ଟ କରିଦେଇଛି।

ଗତ ଗୁରୁବାର ରୁଷ୍ ପକ୍ଷରୁ ୟୁକ୍ରେନ ଉପରେ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି ଜାଣିଶୁଣି ଆକ୍ରମଣ କରୁଥିବା ଅଭିଯୋଗ ହୋଇଥିଲା। ସେହି ଆକ୍ରମଣରେ ୭ ଜଣ ଲୋକ ପ୍ରାଣ ହରାଇବା ସହ ୧୨୦ରୁ ଅଧିକ ଆହତ ହୋଇଥିଲେ ବୋଲି ରୁଷ୍ କହିଥିଲା।












Click it and Unblock the Notifications