ୟୁକ୍ରେନ ଶାନ୍ତି ଚୁକ୍ତି ପାଇଁ କଡ଼ା ସର୍ତ୍ତ ରଖିଲା ଋଷ, କହିଲା.....

ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ୩ ବର୍ଷରୁ ଅଧିକ ସମୟ ବିତିଗଲାଣି। ୟୁକ୍ରେନକୁ ଆମେରିକା ସହାୟତା ପ୍ରତ୍ୟାହାର କରିବା ପରେ ମଧ୍ୟ ରୁଷ୍‌ର ଆଭିମୁଖ୍ୟ କଠୋର ରହିଛି। ଏଭଳି ସମୟରେ ରୁଷ୍ ଓ ଆମେରିକା ମଧ୍ୟରେ ସାମାନ୍ୟ ଟଣାଟଣି ଦେଖିବାକୁ ମିଳୁଛି। କ୍ରେମ୍‌ଲିନ କହିଛି ଯେ ରାଷ୍ଟ୍ରପତି ପୁଟିନ୍ ଶାନ୍ତି ଚୁକ୍ତି ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ କିଛି ସର୍ତ୍ତ ସହିତ। ଏହା ପୂର୍ବରୁ ଟ୍ରମ୍ପ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶାନ୍ତି ପ୍ରୟାସରେ ରୁଷିଆର ସହମତି ବିଷୟରେ କ୍ରମାଗତ ଭାବରେ ଆଲୋଚନା କରି ଆସୁଛନ୍ତି।

କିନ୍ତୁ ଗତକାଲି ଟ୍ରମ୍ପଙ୍କ ବୟାନ ପରେ ରୁଷ୍ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ ରୁଷିଆ ଉପରେ ଆସ୍ଥା ପ୍ରକଟ କରିବା ସହ ରାଷ୍ଟ୍ରପତି ପୁଟିନ୍ ଶାନ୍ତି ଚୁକ୍ତି ଚାହୁଛନ୍ତି ବୋଲି କହିଥିଲେ। କିନ୍ତୁ ଶୁକ୍ରବାର ସକାଳେ ଟ୍ରମ୍ପ ଯୁଦ୍ଧ ବନ୍ଦ ନ କଲେ ରୁଷ୍‌କୁ ସବୁ ପ୍ରକାର ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ।

putin

ଆଜି ରୁଷ୍‌ କହିଛି ଯେ ୟୁକ୍ରେନର ଅଧିକୃତ ଅଂଚଳରୁ ରୁଷ୍‌ କୌଣସି ପ୍ରତ୍ୟାହାର କରିବ ନାହିଁ ଏବଂ ଅନ୍ୟ ସର୍ତ୍ତ ମଧ୍ୟ ରହିବ। ରୁଷ୍‌ର ଏଭଳି କଠୋର ସର୍ତ୍ତ ଆମେରିକା ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ରୁଷିଆକୁ ଟାର୍ଗେଟ କରି ଟ୍ରମ୍ପ ଲେଖିଛନ୍ତି ଯେ ଆମେ ଶାନ୍ତି କଥା କହୁଛୁ ଏବଂ ରୁଷ୍ ୟୁକ୍ରେନରେ କ୍ଷେପଣାସ୍ତ୍ର ମାଡ଼ କରୁଛି।

ଏହାର ଜବାବରେ ଆମେ ରୁଷ୍‌ ଉପରେ ଅନେକ ପ୍ରତିବନ୍ଧକ ଲଗାଇପାରୁ। ଉଭୟ ୟୁକ୍ରେଦ ଓ ରୁଷ୍‌କୁ ଆମର ବାର୍ତ୍ତା ହେଉଛି ଯେତେ ଶୀଘ୍ର ସମ୍ଭବ ଆଲୋଚନା ଟେବୁଲକୁ ଆସି ଶାନ୍ତି ପ୍ରତିଷ୍ଠା କରନ୍ତୁ। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଶୁକ୍ରବାର ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ରୁଷ୍‌କୁ ପ୍ରଶଂସା କରିଥିଲେ। ୟୁକ୍ରେନ୍ ସହ ବୁଝାମଣା କରିବା ଅପେକ୍ଷା ରୁଷ୍ ସହ ଆଲୋଚନା କରିବା ଅଧିକ ସହଜ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ଆମେରିକା ଓ ରୁଷ୍ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ୟୁକ୍ରେନ ପାଇଁ ଭୟ ସୃଷ୍ଟି କରିଛି। ଆମେରିକାର ନୂଆ ନୀତି ଏବଂ ୟୁରୋପୀ ରାଷ୍ଟ୍ରଙ୍କ ଆଭିମୁଖ୍ୟ ଦେଇ ରୁଷ୍ ଶାନ୍ତି ଚୁକ୍ତି ପାଇଁ ନୂଆ ମାନଦଣ୍ଡ ସ୍ଥିର କରିବାକୁ ଚେଷ୍ଟା କରୁଛି। ସେଥିପାଇଁ ଆକ୍ରମଣ ହଠାତ୍‌ ତୀବ୍ର କରିଛି। ରୁଷ୍‌ ୟୁକ୍ରେନର ୨୦ ପ୍ରତିଶତ ଅଂଚଳ ଉପରେ ସଂପୂର୍ଣ୍ଣ ଅଧିକାର ଦାବି କରିଛି।

ଯୁଦ୍ଧବିରତି ପାଇଁ ପରବର୍ତ୍ତୀ ଆଲୋଚନା ନିମନ୍ତେ ଆମେରିକା ଓ ୟୁକ୍ରେନର ଅଧିକାରୀମାନେ ମଙ୍ଗଳବାର ସାଉଦି ଆରବରେ ସାକ୍ଷାତ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ୟୁକ୍ରେନ ପାଇଁ ଏହି ବୈଠକର ଉଦ୍ଦେଶ୍ୟ ହେଉଛି ସମ୍ପର୍କରେ ଉନ୍ନତି ଆଣିବା ଏବଂ ଆମେରିକାଠାରୁ ଅସ୍ତ୍ରଶସ୍ତ୍ର ଓ ଗୁଇନ୍ଦା ସୁବିଧା ପୁଣି ଫେରିପାଇବା। ତେବେ ଏହା ଏତେ ସହଜ ନୁହେଁ ବୋଲି କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+