ଡ୍ରୋନ ମାଡ଼ କରି ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ କଲା ୟୁକ୍ରେନ୍ !
Drone Attack on Putin: ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ । କିଭ୍ ଏହି ପ୍ରୟାସ କରିଥିବା ଅଭିଯୋଗ କରିଛି ରୁଷ । ଡ୍ରୋନ୍ ଜରିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା କୁହାଯାଇଛି ।
ରାଷ୍ଟ୍ରପତି ନିବାସ କ୍ରେମଲିନ ଉପରେ କରାଯାଇଛି ଡ୍ରୋନ୍ ମାଡ଼ । କ୍ରେମଲିନର ଏକ ଗମବୁଜ ଉପରେ କ୍ରାସ୍ ହୋଇଛି ଡ୍ରୋନ୍ । ଅନ୍ୟ ୨ ଟି ଡ୍ରୋନକୁ ଗୁଳିକରି ଖସାଇ ଦେଇଛି ରୁଷିଆ ସେନା । ଆକ୍ରମଣରେ କ୍ରେମଲିନ କ୍ଷତିଗ୍ରସ୍ତ ହୋଇ ନଥିବା ସୂଚନା । ରାଷ୍ଟ୍ରପତି ପୁଟିନ ସଂପୂର୍ଣ୍ଣ ସୁରକ୍ଷିତ ଥିବା କହିଛି ରୁଷ ।

ମଙ୍ଗଳବାର ରାତି (ଭାରତୀୟ ସମୟ)ରେ ଅପରାହ୍ନ ୨ଟାରେ କ୍ରେମଲିନ୍ କାନ୍ଥ ପଛ ପାର୍ଶ୍ୱରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ପାଇଥିଲେ ମସ୍କୋ ବାସିନ୍ଦା । ଏହାପରେ କ୍ରେମଲିନ୍ ଉପରୁ ଆକାଶରେ ଧୂଆଁ ଉଠୁଥିବା ଦେଖା ଯାଇଥିଲା । ତେବେ କ୍ରେମଲିନ ଉପରେ ଡ୍ରୋନ୍ ଆକ୍ରମଣ ପରେ ରୁଷିଆ କ୍ଷୁବ୍ଧ । ୟୁକ୍ରେନ ଆକ୍ରମଣ କରିଥିବା ଦାବି କରି ରୁଷିଆ ରାଗିପାଚି ଲାଲ୍ ହୋଇଥିବା ଦେଖାଯାଇଛି । ଆଦୌ ଛାଡ଼ିବୁନି, କଡ଼ା ପ୍ରତିଶୋଧ ନେବୁ କହିଲା ରୁଷିଆ । ରୁଷିଆର ଚେତାବନୀ ପରେ ସାରା ବିଶ୍ୱରେ ହଲଚଲ୍ ସୃଷ୍ଟି ହୋଇଛି ।
ବର୍ତ୍ତମାନ ରୁଷ ଠାରୁ ଆରମ୍ଭ କରି ବିଶ୍ୱର ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମୁଖ୍ୟ କ୍ରେମଲିନ ପ୍ୟାଲେସ ପଛ ଭାଗରୁ ଧୂଆଁ ବାହାରୁଛି। ଏହାପୂର୍ବରୁ କ୍ରେମଲିନ ଉପରେ ଉଡ଼ୁଥିବା କୌଣସି ଗୋଟିଏ ଜନିଷକୁ ଗୁଳି କରି ଖସାଇ ଦିଆଯାଉଥିବା ଦେଖାଯାଉଛି । ଆଉ ଏକ ଭିଡିଓରେ ପୁଟିନଙ୍କ ଅଫିସ ଅର୍ଥାତ କ୍ରେମଲିନ ବିଲଡିଂର ଚୁଳ ଉପରେ ଡ୍ରୋନ ଉଡ଼ୁଥିବା ବେଳେ ଏହାକୁ ମଧ୍ୟ ଗୁଳି କରି ଖସାଇ ଦିଆଯାଇବା ଦେଖିବାକୁ ମିଳୁଛି ।
#WATCH | Russia today alleged that there were attempts by Ukraine to assassinate President Putin, saying it was a "terrorist attack" while claiming it shot down drones over the residence of Putin
(Video: Russia's RT news) pic.twitter.com/6b7jkeYluT
— ANI (@ANI) May 3, 2023
ରୁଷ୍ ରାଷ୍ଟ୍ରପତି କାର୍ୟ୍ୟାଳୟ କ୍ରେମଲିନ୍ର ପ୍ରବକ୍ତା ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଡ୍ରୋନ୍ ଆକ୍ରମଣ ସମୟରେ ରାଷ୍ଟ୍ରପତି ପୁଟିନ୍ କ୍ରେମଲିନ୍ରେ ଉପସ୍ଥିତ ନ ଥିଲେ । ଏହି ଡ୍ରୋନ୍ ଆକ୍ରମଣ ପୁଟିନଙ୍କ କାର୍ୟ୍ୟକୁ ପ୍ରଭାବିତ କରିନାହିଁ, ବରଂ ସେ ପୂର୍ବ ନିର୍ଦ୍ଧାରିତ ସମୟ ଏବଂ ଯୋଜନା ଅନୁସାରେ ନିଜ କାର୍ୟ୍ୟ ଜାରି ରଖିଛନ୍ତି ।
ତେବେ ଏହା ପ୍ରଥମଥର ନୁହେଁ ବାରମ୍ବାର ପୁଟିନଙ୍କ ଉପରେ ହେଉଛି ଆକ୍ରମଣ । ବାରମ୍ବାର କରାଯାଉଛି ହତ୍ୟା ଉଦ୍ୟମ । ପୁର୍ବରୁ ମଧ୍ୟ ପୁଟିନଙ୍କୁ ବିସ୍ଫୋରକ ଭର୍ତ୍ତି ଡ୍ରୋନରେ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ହେଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।












Click it and Unblock the Notifications