ଇରାନ ଉପରେ ଆମେରିକାର ଆକ୍ରମଣ ପରେ ପୁଟିନଙ୍କ ବଡ଼ ବୟାନ, କହିଲେ ଆମେ ଇରାନକୁ .....

କେବଳ ନିନ୍ଦା କଲେ ହେବନି। କିଛି ସାହାଯ୍ୟ ବି କର। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉଦ୍ଦେଶ୍ୟରେ ଏଭଳି ଚିଠି ଲେଖି ନିଜ ବିଦେଶ ମନ୍ତ୍ରୀଙ୍କ ହାତରେ ପଠାଇଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନି।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇରାନର ପରମାଣୁ ଘାଟି ଉପରେ ଆମେରିକାର ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସୋମବାର ମସ୍କୋରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ସାକ୍ଷାତ ସମୟରେ ସେ ଏହି ଆକ୍ରମଣକୁ ଅନାବଶ୍ୟକ ବୋଲି କହିଛନ୍ତି। ପୁଟିନ କହିଛନ୍ତି ଯେ ଆପଣ ଏପରି ସମୟରେ ରୁଷ ଆସିଛନ୍ତି ଯେତେବେଳେ ଆପଣଙ୍କ ଦେଶ ଏବଂ ସମଗ୍ର ଅଞ୍ଚଳର ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ। ସେ ଆମେରିକା ଆକ୍ରମଣକୁ ଭୁଲ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ରୁଷ ଇରାନ ଲୋକଙ୍କୁ ପ୍ରତ୍ୟେକ ପ୍ରକାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି।

putin

କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ ସୋମବାର କହିଛନ୍ତି ଯେ ରୁଷ ଇରାନକୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ଇରାନକୁ କି ପ୍ରକାରର ସାହାଯ୍ୟ ଆବଶ୍ୟକ ତାହା ତେହେରାନ ନିଷ୍ପତ୍ତି ନେବା ଉଚିତ୍। ପେସକୋଭ କହିଛନ୍ତି ଯେ ଆମେ ଇରାନକୁ ମଧ୍ୟସ୍ଥତା ପ୍ରଦାନ କରିଛୁ। ଏହା ଆମ ପକ୍ଷରୁ ଏକ ଦୃଢ଼ ସାହାଯ୍ୟ। ଇରାନକୁ ଯାହା ଆବଶ୍ୟକ, ଆମେ ସେହି ଅନୁସାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ।ପେସକୋଭ ଏହା ମଧ୍ୟ କହିଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ସମ୍ପ୍ରତିକ ଆଲୋଚନାରେ ଇରାନ ପ୍ରସଙ୍ଗ ଅନେକ ଥର ଉଠାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+