କ୍ରେମଲିନରେ ୟୁକ୍ରେନର ଡ୍ରୋନ୍ ଆଟାକ ପରେ ବଦଲା ନେଲା ଋଷ
Russia-Ukraine War: କ୍ରେମଲିନ୍ ଡ୍ରୋନ୍ ଆଟାକ୍ ପାଲଟା ଜବାବା ଦେଲା ଋଷ । ୟୁକ୍ରେନ୍ ଉପରେ ଋଷର ପୁଣି ପ୍ରଚଣ୍ଡ ହମ୍ଲା । ଖାରସେନରେ ଥିବା ସୁପରମାର୍କେଟ୍ ଓ ରେଲୱେ ଷ୍ଟେସନକୁ ଟାର୍ଗେଟ୍ କରିଛି ଋଷ ସେନା ।
ଯେଉଁଥିରେ ଏବେ ସୁଦ୍ଧା ୨୧ ଜଣଙ୍କ ଜୀବନ ଯାଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ପ୍ରାୟ ୪୮ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖାଲି ସେତିକି ନୁହେଁ, ୟୁକ୍ରେନ୍ର ରାଜଧାନୀ କିଭ୍ ସହରରେ ଦୁଇଟି ଭୟଙ୍କର ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି ।

ତେବେ ପୁଣି ଥରେ କିଭରେ ଏଭଳି ସ୍ଥିତି ଉପୁଜିବା ପରେ, ବାୟୁ ସେନାକୁ ଆଲର୍ଟ କରାଯାଇଛି । ଆହୁରି ଏୟାର ଆଟାକ୍ ହେବା ଆଶଙ୍କା ଥିବାରୁ ଲୋକଙ୍କୁ ନିଜ ଘର ଭିତରେ ସୁରକ୍ଷିତ ରହିବାକୁ କୁହାଯାଇଛି । ବାୟୁସେନା ପକ୍ଷରୁ କିଭ୍, ଚେରନିହିଭ୍, ସୁମି, ପୋଲଟାଭ, ଖାରକିଭ୍, ମିକୋଲାଇଭ୍, ଓଡ଼େଶା ଭଳି ଅଞ୍ଚଳରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି ।
ସୂଚନାଥାଉ କି, ଗତକାଲି ପୁଟିନଙ୍କ ବାସଭବନ କ୍ରେମ୍ଲିନ୍ ଗମବୁଜ ଉପରେ ଡ୍ରୋନ୍ ବିସ୍ଫୋରଣ ହୋଇଥିଲା । ଅନ୍ୟ ୨ ଟି ଡ୍ରୋନକୁ ଗୁଳିକରି ଖସାଇ ଦେଇଥିଲା ରୁଷିଆ ସେନା । ଏହି ଆକ୍ରମଣ ପରେ ବଙ୍କରକୁ ସ୍ଥାନାନ୍ତର ହୋଇଥିଲେ ଋଷ ରାଷ୍ଟ୍ରପତି ପୁଟିନ୍ । ତେବେ କ୍ରେମଲିନ ଉପରେ ଡ୍ରୋନ୍ ଆକ୍ରମଣ ପରେ ରୁଷିଆ କ୍ଷୁବ୍ଧ ହୋଇଛି । ୟୁକ୍ରେନ ଆକ୍ରମଣ କରିଥିବା ଦାବି କରି ରୁଷିଆ ରାଗିପାଚି ଲାଲ୍ ହୋଇଥିବା ଦେଖାଯାଇଛି ।
ତେବେ ଗତକାଲିର ଡ୍ରୋନ୍ ଆଟାକ୍ ପଛରେ ୟୁକ୍ରେନ୍ର କୌଣସି ହାତ ନଥିବା କଥା କହିଛନ୍ତି, ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି । ସେ କହିଛନ୍ତି କ୍ରେମ୍ଲିନ୍ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ତାଙ୍କର କୌଣସି ହାତ ନାହିଁ । ଏମିତିକି ମସକୋରେ ହୋଇଥିବା ଆକ୍ରମଣରେ ମଧ୍ୟ ତାଙ୍କର କୌଣସି ଭୂମିକା ନାହିଁ ।












Click it and Unblock the Notifications