ଋୁଷ ଆକ୍ରମଣର ଭୟଙ୍କର ଜବାବ ଦେଲା ୟୁକ୍ରେନ: ବେଲଗୋରଦ ସହରରେ ବୋମାମାଡ, ୨୧ ମୃତ
Ukraine War: ଗତ କିଛି ଦିନ ହେବ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଗୁରୁବାର ରାତିରେ ଋଷ ଶହେରୁ ଅଧିକ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ୟୁକ୍ରେନ ସେନା ମଧ୍ୟ ଏହାର ପ୍ରତିଶୋଧ ନେଇଛି । ଶନିବାର ରାତିରେ ଋଷର ବେଲଗୋରଦ ସହର ଉପରେ ବୋମାମାଡ଼ କରିଛି ୟୁକ୍ରେନ । ଏଥିରେ ୧୧୧ ଜଣ ଆହତ ହୋଇଥିବା ବେଳେ ୩ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃ୍ତ୍ୟୁ ଘଟିଛି । ବେଲାଗୋରଦ ସହର ଉପରେ ଏହା ୟୁକ୍ରେନର ସବୁଠୁ ବଡ଼ ଆକ୍ରମଣ ଥିଲା ।

ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ ଦାବି କରିଛି ଯେ, ପ୍ରାଦେଶିକ ରାଜଧାନୀ ବେଲାଗୋରଦର କେନ୍ଦ୍ରରେ ୟୁକ୍ରେନ ଆକ୍ରମଣ ପରେ ତିନି ଶିଶୁଙ୍କ ସମେତ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୧୧ ରୁ ଅଧିକ ଆହତ ହୋଇଛନ୍ତି ।












Click it and Unblock the Notifications