ରୁଷ ଭୟଙ୍କର ଡ୍ରୋନ ଆକ୍ରମଣରେ ଛାରଖାର ହେଲା ୟୁକ୍ରେନର କିଭ୍ ବିମାନବନ୍ଦର
ରୁଷ ପକ୍ଷରୁ ୟୁକ୍ରେନ ଉପରେ ଶୁକ୍ରବାର ଭୋର ସମୟରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ୟୁକ୍ରେନର ଆବାସିକ ଅଞ୍ଚଳର ଏବଂ ବିଭିନ୍ନ ସହର ଉପରେ ଏହି ଆକ୍ରମଣ ହୋଇଛି। ୬ ଘଣ୍ଟା ଧରି ରୁଷ ପକ୍ଷରୁ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରାଯାଇଛି। ଏଥିରେ କିଭ୍ ବିମାନବନ୍ଦର ଛାରଖାର ହୋଇଯାଇଛି। କ୍ଷେପଣାସ୍ତ୍ର ମାଡ଼ରେ ବିମାନବନ୍ଦରର ବହୁ ଅଞ୍ଚଳ ଧ୍ବଂସ ହୋଇଛି।
କିଭ୍ ସାମରିକ ପ୍ରଶାସନ ମୁଖ୍ୟ ତାଇମୁର କାଚେଙ୍କୋ କହିଛନ୍ତି ଯେ, ୫ଟି ଜିଲାର ୧୩ଟି ସ୍ଥାନରେ ଡ୍ରୋନ ଦ୍ଵାରା ଆକ୍ରମଣ ହୋଇଛି। ଅନେକ ଟାର୍ଗେଟକୁ ନିଷ୍ଫଳ କରାଯାଇଛି। ୨୦୨୨ ଫେବୃୟାରୀରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ ଚଳାଇଥିଲେ ହେଁ ସେଥିରୁ ସୁଫଳ ମିଳିନାହିଁ।

ଆଲୋଚନାରେ ଅଗ୍ରଗତି ହେଉଥିବା ସମୟରେ ହଠାତ ୟୁକ୍ରେନ ପକ୍ଷରୁ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ଗୁପ୍ତ ଡ୍ରୋନ ଦ୍ଵାରା ବଡ଼ ଧରଣର ଆକ୍ରମଣ କରାଯାଇ ରୁଷର ୪୧ ଯୁଦ୍ଧ ବିମାନକୁ ଧ୍ବଂସ କରିଦିଆଯାଇଥିଲା। ଏହା ପରଠାରୁ ରୁଷ ଅଧିକ ହିଂସ୍ର ହୋଇ ଆକ୍ରମଣ ଚଳାଇଛି। ଯୁଦ୍ଧ ହ୍ରାସ ପାଇବା ବଦଳରେ ଅଧିକ ତୀବ୍ର ହେବାରେ ଲାଗିଛି।












Click it and Unblock the Notifications