କିଭ୍‌ ଉପରେ ଭୟଙ୍କର ମିଶାଇଲ ଆକ୍ରମଣ କଲା ରୁଷ

ଗତକାଲି ରାତିରେ, ରୁଷ ସେନା ୟୁକ୍ରେନର ଅନେକ ପ୍ରମୁଖ ସହରକୁ ଟାର୍ଗେଟ କରି ୧୮ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ୨୯୩ ଡ୍ରୋନ୍ ସହିତ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣ ରାଜଧାନୀ କିଭ୍ ଏବଂ ଖାରକିଭ୍ ସମେତ ଅନେକ ଅଞ୍ଚଳରେ ବ୍ୟାପକ ଧ୍ୱଂସ ଘଟାଇଛି। ଅକ୍ରମଣରେ ୪ ଜଣଙ୍କର ଜୀବନ ଯାଇଛି। ଏଥିରେ ୟୁକ୍ରେନର ଶକ୍ତି ବ୍ୟବସ୍ଥା ଏବଂ ଆବାସିକ କୋଠାକୁ ଟାର୍ଗେଟ କରାଯାଇଛି। ଫଳରେ ହାଡ଼ଭଙ୍ଗା ଶୀତରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବିଦ୍ୟୁତ୍ ଏବଂ ସୁରକ୍ଷାର ଗମ୍ଭୀର ସଙ୍କଟ ସୃଷ୍ଟି ହୋଇଛି।

war

ଆକ୍ରମଣରେ ରୁଷ ସେନା ବ୍ୟାପକ ଭାବରେ ଇସ୍କନ୍ଦର-ଏମ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଶାହେଦ୍ ଡ୍ରୋନ୍ ବ୍ୟବହାର କରିଥିଲା। ରାଜଧାନୀ କିଭ୍‌ର ସାମରିକ ପ୍ରଶାସନ ରିପୋର୍ଟ କରିଛି ଯେ, ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ସହର ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଯାହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ୟୁକ୍ରେନୀୟ ବାୟୁସେନା ପକ୍ଷରୁ ୨୪୦ ଡ୍ରୋନ୍ ଏବଂ ୭ କ୍ଷେପଣାସ୍ତ୍ରକୁ ଖସାଇ ଦିଆଯାଇଥିଲା। ତେବେ ଅବଶିଷ୍ଟ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲେ।

ଖାରକିଭ୍ ରାଜ୍ୟପାଳ ଓଲେହ ସିନିହୁବୋଭଙ୍କ ଅନୁଯାୟୀ, ସହର ଉପକଣ୍ଠରେ ଥିବା ଏକ ପୋଷ୍ଟାଲ୍ ଟର୍ମିନାଲ ଉପରେ ହୋଇଥିବା ଆକ୍ରମଣରେ ଚାରି ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି ଓ ଟର୍ମିନାଲ କୋଠା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଉଦ୍ଧାରକାରୀ ଦଳଗୁଡ଼ିକ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ରାତିସାରା

ଅଭିଯାନ ଚଳାଇ ପ୍ରାୟ ୩୦ ଜଣଙ୍କୁ ବାହାର କରିଛନ୍ତି।ୟୁକେନ୍‌ର ଘରୋଇ ଶକ୍ତି କମ୍ପାନି ଡିଟିଇକେ ନିଶ୍ଚିତ କରିଛି ଯେ, ରୁଷିଆ ଆକ୍ରମଣରେ ଏହାର ଏକ ତାପଜ ବିଦ୍ୟୁତ୍ କେନ୍ଦ୍ର ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ୍ ଭିତ୍ତିଭୂମିକୁ ଟାର୍ଗେଟ କରାଯିବା ପରେ କିଭ୍ ଏବଂ ଏହାର ଆଖପାଖରେ ଜରୁରୀକାଳୀନ ବିଦ୍ୟୁତ୍ କାଟ୍ ଲାଗୁ କରାଯାଇଛି। ଅତ୍ୟଧିକ ଥଣ୍ଡା ଏବଂ ଶୂନରୁ କମ୍ ତାପମାତ୍ରା ସହିତ ବିଦ୍ୟୁତ୍ ବିଭ୍ରାଟ ଲକ୍ଷ ଲକ୍ଷ ପରିବାରକୁ ଗରମ ନକରି ଛାଡ଼ି ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+