ରୁଷ୍‌ର ନିଶାଣରେ ୟୁକ୍ରେନର କିଭ୍ , ରୁଷ ସେନାର ଘନ ଘନ କ୍ଷେପଣାସ୍ତ୍ର ମାଡ଼

ୟୁକ୍ରେନ ଉପରେ ପୁଣି ପୁଟିନଙ୍କ ପ୍ରହାର । କିଭ୍ ଉପରେ ବର୍ଷିଲା ରୁଷ ବୋମା । ରାତାରାତି କିଭ୍ ଉପରେ ଘନ ଘନ ଆକ୍ରମଣ କରିଛି ପୁଟିନ ବାହିନୀ । ଡଜନ ଡଜନ ଡ୍ରୋନ ଆକ୍ରମଣ ସହ ବାଲିଷ୍ଟିକ୍ ମିସାଇଲ ନିକ୍ଷେପ କରିଛି । ସହରକୁ ଦୋହଲାଇ ଦେଇଥିଲା ସିରିଜ ବିସ୍ଫୋରଣ । ଶୁଭିଥିଲା ମେସିନ ଗନ ଏବଂ ବିସ୍ଫୋରଣର ଶବ୍ଦ ।

ଏହି ଆକ୍ରମଣରେ ୧୫ ଜଣ ଆହତ ହୋଇଥିବା ସହ ଅନେକ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି । ଗତ ତିନି ବର୍ଷର ଯୁଦ୍ଧ ମଧ୍ୟରେ ଗତକାଲି କିଭ ଉପରେ ହୋଇଥିବା ଆକ୍ରମଣ ସବୁଠାରୁ ବଡ଼ ଆଟାକ ମଧ୍ୟରୁ ଅନ୍ୟତମ । ଏନେଇ ସୋସିଆଲ ମିଡିଆରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଗତକାଲି ୟୁକ୍ରେନ ପାଇଁ କଠିନ ରାତି ଥିଲା । ତୁରନ୍ତ ରିଲିଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

war

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ କଏଦୀ ବିନିମୟ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା । ଗତ ସପ୍ତାହରେ ଇସ୍ତାନବୁଲରେ ଏକ ବୈଠକରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବିନିମୟ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟର ଅଂଶ ସ୍ୱରୂପ ଶହ ଶହ ସୈନିକ ଏବଂ ସାଧାରଣ ଲୋକଙ୍କୁ ମୁକ୍ତ କରାଯାଇଥିଲା।

କିଭ୍ ସାମରିକ ପ୍ରଶାସନର କାର୍ଯ୍ୟକାରୀ ମୁଖ୍ୟ ତୈମୁର ତକାଚେଙ୍କୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ କହିଛନ୍ତି ଯେ, ଶନିବାର ପ୍ରତ୍ୟୁଷରେ ଆକାଶରେ ଅଟକା ଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ର ଭଗ୍ନାବଶେଷ ସହରର ଚାରୋଟି ଜିଲ୍ଲାରେ ପଡ଼ିଛି। ତକାଚେଙ୍କୋଙ୍କ ଅନୁଯାୟୀ, ଆକ୍ରମଣ ପରେ ଛଅ ଜଣ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଭ୍‌ର ସୋଲୋମିୟାନ୍‌ସ୍କି ଜିଲ୍ଲାରେ ଦୁଇଟି ବୋମା ଏବଂ କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+