ଟ୍ରମ୍ପଙ୍କୁ ସିଧା ସିଧା ଶୁଣାଇଦେଲେ ପୁଟିନ୍, କହିଲେ ମୁହଁ ସମ୍ଭାଳି....
ରୁଷିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ଉପକୂଳରେ ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିଥିଲେ। ଏହି ସମୟରେ ଏବେ ଭ୍ଲାଦିମିର ପୁଟି୍ନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ରୁଷିଆ ଏବେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ନିୟୋଜନ ଉପରେ ପ୍ରତିବନ୍ଧକ ହଟାଉଛି।
ରୁଷ ପରମାଣୁ ଅସ୍ତ୍ର ବିଷୟରେ କହିବା ସମୟରେ 'ଅତ୍ୟନ୍ତ, ଅତି ସତର୍କତାର ସହ' କହିବାକୁ ଡୋନାଲ୍ଡ ଟ୍ରମ୍ପଙ୍କୁ କହିଛି କ୍ରେମଲିନ୍। ରୁଷ INFରୁ ବାହାରିଯିବାର ନିଷ୍ପତ୍ତି ପଛରେ 'ପାଶ୍ଚାତ୍ୟ ଦେଶଗୁଡ଼ିକର କାର୍ଯ୍ୟ'କୁ କାରଣ ଭାବରେ ଦର୍ଶାଇଛି। ରୁଷ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଚୁକ୍ତି ବଜାୟ ରଖିବା ପାଇଁ ସର୍ତ୍ତାବଳୀ "ଅଦୃଶ୍ୟ" ହୋଇଯାଇଛି ଏବଂ ଦେଶ ଆଉ ଏହାର ପୂର୍ବ ସ୍ୱ-ପ୍ରବର୍ତ୍ତିତ ପ୍ରତିବନ୍ଧକଗୁଡ଼ିକୁ ପାଳନ କରୁନାହିଁ।

ରୁଷର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଫିଲିପାଇନ୍ସରେ ଟାଇଫନ୍ ମିସାଇଲ୍ ଲଞ୍ଚର୍ ମୁତୟନ ଏବଂ ଅଷ୍ଟ୍ରେଲିଆରେ ତାଲିସମାନ ସାବର ଅଭ୍ୟାସ ସମୟରେ ମିସାଇଲ୍ ଫାୟାରିଂ ସମେତ ଆମେରିକାର କାର୍ଯ୍ୟକଳାପ ଏହାର ନିଷ୍ପତ୍ତି ପଛରେ ମୁଖ୍ୟ କାରଣ। ପ୍ରକାଶଥାଉକି INF ଚୁକ୍ତିର ଉଦ୍ଦେଶ୍ୟ ଥିଲା ୫୦୦ ରୁ ୫୫୦୦ କିଲୋମିଟର ପର୍ଯ୍ୟନ୍ତ ଭୂମିରୁ ନିକ୍ଷେପ କରାଯାଉଥିବା ପରମାଣୁ ଏବଂ ପାରମ୍ପରିକ କ୍ଷେପଣାସ୍ତ୍ରକୁ ନିଷିଦ୍ଧ କରିବା। ଏହି ଚୁକ୍ତି ୧୯୮୭ ମସିହାରେ ଆମେରିକା ଏବଂ ରୁଷ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ୨୦୧୯ ମସିହାରେ ଆମେରିକା ଏହି ଚୁକ୍ତିରୁ ଓହରି ଯାଇଥିଲା।
୧୯୮୭ ରେ ଆମେରିକା ଏବଂ ସୋଭିଏତ୍ ୟୁନିଅନ ମଧ୍ୟରେ ମଧ୍ୟବର୍ତ୍ତୀ-ଦୂରଗାମୀ ନ୍ୟୁକ୍ଲିୟର ଫୋର୍ସେସ (INF) ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହା ଅଧୀନରେ, ୫୦୦ରୁ ୫୫୦୦ କିଲୋମିଟର ପର୍ଯ୍ୟନ୍ତ କ୍ଷେପଣାସ୍ତ୍ର ମୁତୟନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ତଥାପି, ୨୦୧୯ ରେ ଆମେରିକା ଏହି ଚୁକ୍ତିରୁ ଓହରିଗଲା। ଏବେ ଆମେରିକା ରୁଷିଆ ନିକଟକୁ ବୁଡ଼ାଜାହାଜ ପଠାଇଛି। ତେଣୁ, ରୁଷିଆ ମଧ୍ୟ ଚୁକ୍ତି ଭାଙ୍ଗିବା ଘୋଷଣା କରିଛି।












Click it and Unblock the Notifications