ରୁଷ୍ ବାହାରକଲା କ୍ୟାନ୍ସର ଟୀକା, ରୋଗୀଙ୍କୁ ମିଳିବ ମାଗଣାରେ ଟୀକା
ବେଜିଂ: କର୍କଟ ରୋଗ ବିରୋଧ ଲଢ଼େଇରେ ସମଗ୍ର ବିଶ୍ୱ ପାଇଁ ଏକ ନୂଆ ଆଶାର କିରଣ ସୃଷ୍ଟି ହୋଇଛି । ରୁଷିଆ କ୍ୟାନସର ପାଇଁ ନିଜର ଏମଆରଏନଏ ଟିକା ବିକଶିତ କରିଛି, ଯାହା ୨୦୨୫ ପ୍ରାରମ୍ଭରେ ଲଞ୍ଚ ହେବ । ଏହି ବୈପ୍ଳବିକ ଟିକାକୁ ରୋଗୀଙ୍କୁ ମାଗଣାରେ ଉପଲବ୍ଧ କରାଇବାକୁ ଘୋଷଣା କରାଯାଇଛି । ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ଜେନେରାଲ ଡାଇରେକ୍ଟର ଆଣ୍ଡ୍ରେ କାପ୍ରିନ ଏହି ଘୋଷଣା କରିଛନ୍ତି ।
ଅନେକ ଗବେଷଣା କେନ୍ଦ୍ରର ସହଯୋଗରେ ଏହି ଟିକା ବିକଶିତ ହୋଇଛି ଏବଂ ୨୦୨୫ ପ୍ରାରମ୍ଭ ସୁଦ୍ଧା ଏହା ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଆଲେକଜାଣ୍ଡର ଗିଣ୍ଟସବର୍ଗ କହିଛନ୍ତି ଯେ ଏହି ଟିକାର ପ୍ରି-କ୍ଲିନିକାଲ ପରୀକ୍ଷଣରୁ ଜଣାପଡିଛି, ଏହା ଟ୍ୟୁମରର ବିକାଶ ଓ ସମ୍ଭାବ୍ୟ ମେଟାଷ୍ଟାସିସକୁ ରୋକିଥାଏ।

ରୁଷୀୟ ନ୍ୟୁଜ୍ ଏଜେନ୍ସି ଟାସ୍ ଅନୁଯାୟୀ, ଏହି ଟିକା କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ । ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଆଲେକଜାଣ୍ଡର ଗିଣ୍ଟସବର୍ଗ କହିଛନ୍ତି ଟିକାର ପ୍ରି-କ୍ଲିନିକାଲ ପରୀକ୍ଷଣ ସମୟରେ ଏହା ଦେଖାଯାଇଛି ଯେ ଏହା ଟ୍ୟୁମର ବୃଦ୍ଧି ଏବଂ ମେଟାଷ୍ଟାସିସ୍ ବା କର୍କଟ ବ୍ୟାପିବା ରୋକିବାରେ ପ୍ରଭାବଶାଳୀ ।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଚଳିତ ବର୍ଷ ପ୍ରାରମ୍ଭରେ କହିଥିଲେ ଆମେ ଏକ ନୂତନ ପିଢ଼ିର କର୍କଟ ଟିକା ଏବଂ ଇମ୍ୟୁନୋମୋଡୁଲେଟରୀ ଔଷଧର ବିକାଶର ଅତି ନିକଟରେ ପହଞ୍ଚିଛୁ । ରୁଷିଆର ଟିକା ବିଶେଷଜ୍ଞ ଗିଣ୍ଟସବର୍ଗ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ସହାୟତାରେ ବ୍ୟକ୍ତିଗତ କ୍ୟାନସର ଟିକା ତିଆରି ପ୍ରକ୍ରିୟା ଘଣ୍ଟା ଘଣ୍ଟା ମଧ୍ୟରେ ଶେଷ ହୋଇପାରିବ । ବର୍ତ୍ତମାନ ସମୟରେ, ଏହି ପ୍ରକ୍ରିୟା ଲମ୍ବା ଏବଂ ଜଟିଳ, କାରଣ ଏଥିରେ ଗାଣିତିକ ପଦ୍ଧତି ବ୍ୟବହାର କରାଯାଏ । କିନ୍ତୁ ଏଆଇ ଏବଂ ନ୍ୟୁରାଲ ନେଟୱାର୍କ କମ୍ପ୍ୟୁଟିଂ ସାହାଯ୍ୟରେ ଏହାକୁ ମାତ୍ର ୩୦ ମିନିଟରୁ ୧ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇପାରିବ ।












Click it and Unblock the Notifications