ନସରୁଲ୍ଲାଙ୍କ ମୃତ୍ୟୁରେ ଇସ୍ରାଏଲକୁ ଏମିତି କିଛି କହିଦେଲା ରୁଷ

ବେରୁଟ୍‌ରେ ଇସ୍ରାଏଲର ଆକାଶମାର୍ଗରୁ ଆକ୍ରମଣ ଦ୍ୱାରା ହିଜବୁଲ୍ଲା ନେତା ସୟଦ ହାସନ ନସରୁଲ୍ଲାଙ୍କ ମୃତ୍ୟୁରେ ରୁଷ୍ ତୀବ୍ର ନିନ୍ଦା କରିଛି । ରୁଷ୍ ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ଅଭିହିତ କରିବା ସହ ଲେବାନନରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଆହ୍ୱାନ ଦେଇଛି ।

ଏୟାରଷ୍ଟ୍ରାଇକ୍‌ରେ ନରସୁଲ୍ଲାଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ଦାବିର କିଛିଘଣ୍ଟା ପରେ ହିଜ୍‌ବୁଲ୍ଲା କହିଛି ଆଞ୍ଚଳିକ ଯୁଦ୍ଧ ଏବେ ଅନିବାର୍ଯ୍ୟ ହୋଇପଡିଛି । ସୋମବାର ଠାରୁ ଲେବାନନ୍‌ରେ ଇସ୍ରାଏଲ ଆକାଶମାର୍ଗରୁ ଆକ୍ରମଣକୁ ଅଧିକ ତୀବ୍ର କରିଛି । ସୂଚନାଯୋଗ୍ୟ ଏବେ ଚାଲିଥିବା ସଂଘର୍ଷ ଯୋଗୁଁ ଲୋବାନନ୍‌ରୁ ୨ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ବୋଲି ଜାତିସଂଘ ସୂଚନା ଦେଇଛି ।

୩୨ ବର୍ଷ ଧରି ନସ୍ରଲ୍ଲା ହେଜବୁଲ୍ଲାର ନେତୃତ୍ୱ ନେଉଥିଲେ। ଏବେ ତାଙ୍କର ମୃତ୍ୟୁ ସଂଗଠନ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। ଇସ୍ରାଏଲ ୨୦୨୩ ଅକ୍ଟୋବର ୭ରୁ ଗାଜାରେ ହମାସ ସହ ଲଢ଼େଇ ଆରମ୍ଭ କରିଥିଲା। ଏହାର ଦିନକ ପରେ ଗାଜା ସମର୍ଥନରେ ହେଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣକରିଥିଲା। ସେବାଠାରୁ ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଚାଲିଥିବା ଲଢ଼େଇ ମଧ୍ୟରେ ଏବେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟିଛି।

Nasrallah

ନସ୍ରଲ୍ଲା ପ୍ରାଣ ହରାଇଥିଲେ ହେଁ ହେଜବୁଲ୍ଲା ଗାଜା ଓ ପାଲେଷ୍ଟାଇନ ସପକ୍ଷରେ ଯୁଦ୍ଧ ଜାରି ରଖିବ। ଏଥିସହ ଲେବାନନ ଓ ଏହାର ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ସଂଗଠନ ପଛ ଘୁଞ୍ଚା ଦେବ ନାହିଁ ବୋଲି କହିଛି। ଶୁକ୍ରବାର ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ନସ୍ରଲ୍ଲାଙ୍କ ବ୍ୟତୀତ ତାଙ୍କ ଝିଅ ଜୈନାବ ଓ ହେଜବୁଲ୍ଲାର ଦକ୍ଷିଣ ଫ୍ରଣ୍ଟର କମାଣ୍ଡର ଅଲୀ କାରକି ମଧ୍ୟ ନିହତ ହୋଇଛନ୍ତି। ଏମାନଙ୍କ ସହ ଆହୁରି ଅନେକ ହେଜବୁଲ୍ଲା ସଦସ୍ୟଙ୍କ ମୃତ୍ୟୁ ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+