ଋଷକୁ ୟୁକ୍ରେନର ଆକ୍ରମଣ ଭୟ, ବାତିଲ କଲା ନୌସେନା ଦିବସ ପରେଡ

ରୁଷ୍‌-ୟୁକ୍ରେନ ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷ୍‌ର ଭୀଷଣ ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନ ମଧ୍ୟ ଗତ ଦୁଇ ଦିନ ଧରି ରୁଷ୍‌ର ବିଭିନ୍ନ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରି ଆକ୍ରମଣ ତୀବ୍ର କରିଛି। ଗତ ୨୪ଘଣ୍ଟା ମଧ୍ୟରେ ରୁଷ୍‌ ଉପରେ ୧୦୦ରୁ ଅଧିକ ଡ୍ରୋନ୍ ଆକ୍ରମଣ ହୋଇଛି ଏବଂ ଆଗକୁ ଏହା ଆହୁରି ପ୍ରଚଣ୍ଡ ହେବ ବୋଲି ଆଶଙ୍କା କରାଯାଉଛି।

Russia

ଏଭଳି ସ୍ଥିତିରେ ରୁଷ୍‌ରେ ପ୍ରଥମ ଥର ପାଇଁ ନୌସେନା ଦିବସ ପରେଡ ବାତିଲ କରାଯାଇଛି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ସମସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। ଗୁଇନ୍ଦା ରିପୋର୍ଟ ଆଧାରରେ ପୁଟିନଙ୍କ ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି।

ପ୍ରତିବର୍ଷ ଜୁଲାଇ ୨୭ରେ ପାଳନ କରାଯାଉଥିବା ପାରମ୍ପରିକ ତଥା ଐତିହାସିକ ନୌସେନା ପରେଡ୍‌କୁ ରୁଷ୍ ବାତିଲ କରିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ନୌସେନା ଦିବସ ଅବସରରେ ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଏହି ପ୍ୟାରେଡ୍‌କୁ ସୁରକ୍ଷା ଦୃଷ୍ଟିରୁ ଏଭଳି ବାତିଲ କରାଯିବା ପ୍ରଥମ ଘଟଣା ହୋଇଥିବା ବେଳେ ୟୁରୋପୀୟ ରାଷ୍ଟ୍ରମାନଙ୍କଠାରୁ ୟୁକ୍ରେନ ବିପୁଳ ଅସ୍ତ୍ରଶସ୍ତ୍ର ହାସଲ କରିଥିବା ଜଣାପଡ଼ିଛି। ଇତିମଧ୍ୟରେ ପୁଟନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନୌସେନାକୁ ସମ୍ବୋଧିତ କରିଛନ୍ତି। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତି ଏବଂ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ପରେଡ୍‌ ବାତିଲ ନିଷ୍ପତ୍ତି ନିଆଯାଇଛି। ନିରାପତ୍ତା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ୟୁକ୍ରେନର ଆକ୍ରମଣ ଏବେ ରୁଷ୍‌ର ଆଭ୍ୟନ୍ତରୀଣ ଅଂଚଳକୁ ପ୍ରଭାବିତ କରିବା ଆରମ୍ଭ କରିଥିବାରୁ ୟୁକ୍ରେନର ସାମରିକ ଭିତ୍ତିଭୂମିକୁ ଛାରଖାର କରିବା ପାଇଁ ରୁଷ୍‌ ବିଶାଳ ଅଭିଯାନ ଆରମ୍ଭ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+