Get Updates
Get notified of breaking news, exclusive insights, and must-see stories!

ରୁଷିଆରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼

ଭାରତୀୟ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ । ରୁଷିଆ ଉଫାରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ଏକ ମେଡିକାଲ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପଶି ନାବାଳକ ଛୁମାମାଡ଼ କରିଛି । ବିଦେଶୀ ପିଲା ରହୁଥିବା ହଷ୍ଟେଲରେ ପଶି ଅତର୍କିତ ଆକ୍ରମଣ କରିଥିଲା ୧୫ ବର୍ଷୀୟ ବାଳକ । ଛୁରାମାଡ଼ରେ ଆଉ କିଛି ପିଲା ବି ଆହତ ହୋଇଛନ୍ତି । ଗିରଫ କରିବାକୁ ଆସିଥିବା ୨ ପୁଲିସ୍ ବି ଆକ୍ରମଣର ଶିକାର ହୋଇଛନ୍ତି । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭାରତୀୟ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

knife attack

ନାବାଳକ ଆକ୍ରମଣକାରୀକୁ ଗିରଫ କରାଯାଇଛି । ବାଳକ ଜଣକ କାହିଁକି ଏପରି ଆକ୍ରମଣ କଲା କାରଣ ଅସ୍ପଷ୍ଟ ରହିଛି । ଆକ୍ରମଣ ପରେ ସନ୍ଦିଗ୍ଧ ବାଳକକୁ ହେପାଜତକୁ ନିଆଯାଇଛି । ଆକ୍ରମଣକାରୀ ବିଷୟରେ କିଛି ସୂଚନା ହସ୍ତଗତ ହୋଇନାହିଁ । ଆକ୍ରମଣକାରୀ ନାବାଳକ ମଧ୍ୟ ଆହତ ହୋଇଛି । ତଦନ୍ତ ଆରମ୍ଭ ହୋଇଛି । ଏ ନେଇ ଏକ ତଦନ୍ତ କମିଟି ଗଠନ ହୋଇଛି । ରୁଷରେ ଥିବା ଭାରତୀୟ ଦୂତାବାସ କହିଛି କି, ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ରୁଷ୍ କର୍ତ୍ତୃପକ୍ଷଙ୍କ ସହ ଯୋଗୋଯୋଗରେ ଅଛୁ । କାଜାନରେ ଥିବା ଭାରତୀୟ କନସୁଲେଟର ଅଧିକାରୀ ଆହତ ଛାତ୍ରଙ୍କୁ ସହାୟତା କରିବା ଏବଂ ଅଧିକ ସହାୟତା ସମନ୍ୱୟ କରିବା ପାଇଁ ଉଫା ଯାତ୍ରା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+