ୟୁକ୍ରେନ: ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କଲେ ପୁଟିନ, ରାଜଧାନୀ କ୍ଵିବରେ ହେଲା ବିସ୍ଫୋରଣ
ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଯୁଦ୍ଧରୁ କ୍ଷାନ୍ତ ରହିବାକୁ ପଶ୍ଚିମ ରାଷ୍ଟ୍ର ସମୂହ କରିଥିବା ସମସ୍ତ ପ୍ରକାର ଅନୁରୋଧ ଅଣଦେଖା କରିଛି ରୁଷ। ୟୁକ୍ରେନର ପୂର୍ବ ଭାଗକୁ ରୁଷ ନିଜର ସୈନ୍ୟ ବାହିନୀ ଦ୍ଵାରା ସମ୍ପୂର୍ଣ ଭାବରେ ଘେରି କରି ରଖିଛି। ୟୁକ୍ରେନ ଯଦି ପଛକୁ ହଟିବ ନାହିଁ ତେବେ ଯୁଦ୍ଧକୁ ସାମ୍ନା କରିବାକୁ ପଡିବ ବୋଲି ଧମକ ଦେଇଛନ୍ତି ପୁଟିନ। ତେବେ ୟୁକ୍ରେନ ଉପରେ କବଜା କରିବା ନେଇ କୌଣସି ଅଭିପ୍ରାୟ ନହିଁ ବୋଲି କହିଛନ୍ତି ପୁଟିନ।

କ୍ଵିବ ଏୟାରପୋର୍ଟରେ ଏକ ବିସ୍ଫୋରଣ ସଂଗଠିତ ହୋଇଥିବା ସୂଚନା ମିଳିଛି। ରୁଷ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଟିନ ଘୋଷଣା କରିବା ପରେ ପରେ ହୋଇଥିବା ଏହି ବିସ୍ଫୋରଣ ସୁଚାଉଛି ଯେ, ରୁଷ ଏବେ ଆକ୍ସନକୁ ଆସିଛି।
ଆମେରିକାର ପ୍ରତିକ୍ରିୟା:
ଆମେରିକା ରାଷ୍ଟ୍ରପତି ବାଇଡେନ କହିଛନ୍ତି, ଯୁଦ୍ଧ ଜନିତ ସମସ୍ତ ପରିସ୍ଥିତି ପାଇଁ ରୁଷ ଦାୟୀ ରହିବ। ଏଥିସହିତ ରୁଷ ବିରୋଧରେ ଆମେରିକା ପକ୍ଷରୁ ସମସ୍ତ କଟକଣା ଜାରି କରାଯାଇଛି। ତେବେ ଏହିସବୁ କଟକଣାକୁ ଭୃକ୍ଷେପ କରିନାହିଁ ରୁଷ। ଏଥିପୂର୍ବରୁ ବିଶ୍ଵ ସମୁଦାୟ ଏବଂ ବିଶେଷ କରି ପଶ୍ଚିମ ରାଷ୍ଟ୍ର ସମୂହ ରୁଷକୁ ଶାନ୍ତିପୂର୍ଣ ସମାଧାନ ପାଇଁ ଅନୁରୋଧ କରିଥିଲେ। ଏହିସବୁ ପ୍ରୟାସ ନିଷ୍ଫଳ ସାବ୍ୟସ୍ତ ହୋଇଥିବା ସାଂପ୍ରତିକ ପରିସ୍ଥିତିରୁ ସୂଚନା ମିଳୁଛି । ରୁଷ ମାମଲାରେ ହସ୍ତକ୍ଷେପ କଲେ ପରିଣାମ ଭୋଗିବାକୁ ପଡିବ ବୋଲି ଓଲଟା ଧମକ ଦେଇଛନ୍ତି ପୁଟିନ। ଏହି ଧମକ ଆମେରିକା ବିରୋଧରେ ହିଁ ଦିଆଯାଇଛି ବୋଲି ଜଣାପଡୁଛି।












Click it and Unblock the Notifications