ଜାତିସଂଘରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ ହେଲେ ରୁଚିକା କମ୍ବୋଜ
ଜାତିସଂଘରେ ଭାରତରେ ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ଗ୍ରହଣ କଲେ ରୁଚିକା କମ୍ବୋଜ। ମଙ୍ଗଳବାର ରୁଚିକା ଜାତିସଂଘର ମହାସଚିବ ଅଣ୍ଟୋନିଓ ଗୁଟେରସଙ୍କ ନିକଟରେ ନିଜର ଦସ୍ତାବିଜ୍ ଦାଖଲ କରିଛନ୍ତି ।
ୱାଶିଂଟନ: ଜାତିସଂଘରେ ଭାରତରେ ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ଗ୍ରହଣ କଲେ ରୁଚିକା କମ୍ବୋଜ। ମଙ୍ଗଳବାର ରୁଚିକା ଜାତିସଂଘର ମହାସଚିବ ଅଣ୍ଟୋନିଓ ଗୁଟେରସଙ୍କ ନିକଟରେ ନିଜର ଦସ୍ତାବିଜ୍ ଦାଖଲ କରିଛନ୍ତି । ନ୍ୟୁୟର୍କ ସ୍ଥିତ ଜାତିସଂଘ ହେଡକ୍ବାର୍ଟରରେ ଭାରତୀୟ ସ୍ଥାୟୀ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ଗ୍ରହଣ କରିବାରେ ରୁଚିକା କମ୍ବୋଜ ଭାରତର ପ୍ରଥମ ମହିଳା । ରୁଚିତକା ଏନେଇ ଟ୍ବିଟ୍ କରି ଜଣାଇଛନ୍ତି ।

ରୁଚିକା କମ୍ବୋଜ 1987 ବ୍ୟାଚର ଭାରତୀୟ ବୈଦେଶିକ ସେବା ଅଧିକାରୀ । ବର୍ତ୍ତମାନ ତାଙ୍କୁ 58 ବର୍ଷ। ପୂର୍ବରୁ ସେ ଭୂଟାନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିଲେ ।
ଏହାପରେ ଗତ ଜୁନରେ ରୁଚିକାଙ୍କୁ ନ୍ୟୁୟର୍କରେ ଥିବା ଜାତିସଂଘରେ ବରିଷ୍ଠ କୂଟନୀତିଜ୍ଞ ଟିଏସ ତିରୁମୂର୍ତ୍ତୀଙ୍କ ସ୍ଥାନରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଥିଲା । 2002 ରୁ 2005 ମଧ୍ୟରେ ରୁଚିକା ଜାତିସଂଘରେ ଭାରତରେ ସ୍ଥାୟୀ ମିଶନରେ କାଉନସିଲର ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।












Click it and Unblock the Notifications