ବାଂଲାଦେଶରେ ହିନ୍ଦୁମାନଙ୍କ ହେଉଥିବା ହିଂସା ବିରୋଧରେ ଭାରତ ନେଉ କାର୍ଯ୍ୟାନୁଷ୍ଠାନ : RSS
ନୂଆଦିଲ୍ଲୀ: ବାଂଲାଦେଶରେ ଲଗାତାର ଭାବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ପୁଣି ଏକ ଅପଡେଟ ସାମ୍ନାକୁ ଆସିଛି। ସେଠାରେ ବାଂଲାଦେଶ ବ୍ୟାଙ୍କର ଫାଇନାନସିୟାଲ ଇଣ୍ଟଲିଜେନ୍ସ ୟୁନିଟ ବଡ କାର୍ଯ୍ୟାନୁଷ୍ଠାନ ସ୍ବରୂପ ହିନ୍ଦୁ ସନ୍ଥ ଚିନ୍ମୟ ଦାସ ଏବଂ ଇସ୍କନର ୬ ସଦସ୍ୟଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଚିନ୍ତା ପ୍ରକଟ କରିଛି ରାଷ୍ଟ୍ରୀୟ ସ୍ୱୟମ ସେବକ ସଂଘ(ଆରଏସଏସ)। ହିନ୍ଦୁ ବିରୋଧୀ ହିଂସା ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଭାରତ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ଆରଏସଏସ କହିଛି।ଏହା ସହିତ ବାଂଲାଦେଶୀ ହିନ୍ଦୁଙ୍କ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସମର୍ଥନ ହାସଲ ପାଇଁ ଭାରତ ସରକାର ବିଶ୍ବ ଜନମତ ହାସଲ କରୁ ବୋଲି ଆରଏସଏସ କହିଛି ।
ଇସକନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ସେଠାରେ ଗିରଫ କରାଯାଇଛି। ତାଙ୍କୁ ତୁରନ୍ତ ଜେଲ୍ରୁ ମୁକୁଳାଇବା ଦାବି କରିଛନ୍ତି ଆରଏସଏସ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ। ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନିନ୍ଦା କରିବା ସହ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର କେବଳ ନିରବ ଦ୍ରଷ୍ଟା ସାଜିଛି ବୋଲି ହୋସାବଲେ କହିଛନ୍ତି।

ଘଟଣା ସମ୍ପର୍କରେ ଆର୍ଏସଏସ କହିଛି "ବାଂଲାଦେଶର ହିନ୍ଦୁ, ମହିଳା ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ଇସଲାମିକ ଉଗ୍ରବାଦୀମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣ, ହତ୍ୟା, ଲୁଟ୍, ଅଗ୍ନିକାଣ୍ଡ ତଥା ଅମାନୁଷିକ ଅତ୍ୟାଚାର ଅତ୍ୟନ୍ତ ଚିନ୍ତାଜନକ।ରାଷ୍ଟ୍ରୀୟ ସ୍ୱୟମ ସେବକ ସଂଘ ଏହାକୁ ନିନ୍ଦା କରୁଛି।" ବାଂଲାଦେଶରେ ଏଭଳି ଅତ୍ୟାଚାର ହେବା ଉଚିତ ତୁରନ୍ତ ବନ୍ଦ ହେବା ଦରକାର। ଭାରତ ସରକାର ବାଂଲାଦେଶର ସମସ୍ୟାକୁ ଗୁରୁତର ସହ ନେବା ଦରକାର। ସଂଖ୍ୟାଲଘୁ ନାଗରିକଙ୍କ ସୁରକ୍ଷା ପାଇଁ ବାଂଲାଦେଶ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ ଚାପ ସୃଷ୍ଟି କରିବା ଆବଶ୍ୟକ ବୋଲି ଆର୍ଏସଏସ କହିଛି।












Click it and Unblock the Notifications