ଚକମା ଦେଇଦେଲା ଛୁଆ ! ବୟସ ଛଅ ଚୋରି କଲା 67 ଲକ୍ଷ ଟଙ୍କାର ସାମଗ୍ରୀ
ଜଣେ ଛଅ ବର୍ଷର ପିଲା ଚୋରି କରିଛି 67 ଲକ୍ଷ ଟଙ୍କାର ସାମଗ୍ରୀ ।
ରୋମାନିଆ : ଦୋକାନ, ମଲ୍ କିମ୍ବା ଘରକୁ ଛୋଟ ପିଲା ଆସିଲେ ତାଙ୍କୁ ସମସ୍ତେ ନଜରରେ ରଖିଥାନ୍ତି । ପିଲା କାଳେ କେଉଁ ସାମଗ୍ରୀରେ ହାତ ମାରି ଭାଙ୍ଗି ଦେବ ଏହାକୁ ନେଇ ସମସ୍ତଙ୍କ ନଜର ଥାଏ । ତେବେ ବେଳେ ବେଳେ ଏହି ଛୋଟ ପିଲାମାନେ ଏପରି କିଛି କରିଥାନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥାଏ । ଏହି ଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି କାନାଡାରେ । ଜଣେ ଛଅ ବର୍ଷର ପିଲା ଚୋରି କରିଛି 67 ଲକ୍ଷ ଟଙ୍କାର ସାମଗ୍ରୀ । ସବୁଠାରୁ ବଡ କଥା ହେଲା ଏହି ଚୋରି ପାଇଁ ଛୁଆକୁ ବାପା-ମା ତାଲିମ ଦେଇଥିଲେ । ବାପା-ମା' ତାଲିମ ଦେଇଥିବା ପ୍ରତ୍ୟେକଟି କଥା ମାନି ଏହି ଛୁଆଟି ଏକ 18 କ୍ୟାରେଟ ସୁନାର ଘଣ୍ଟା ଚୋରି କରିଦେଲା ।


ପରଦିନ ଷ୍ଟୋରର ଜଣେ କର୍ମଚାରୀ ଘଣ୍ଟା ବଦଳା ଯାଇଥିବା ଜାଣିବାକୁ ପାଇବା ପରେ ଏନେଇ ପୁଲିସରେ ଅଭିଯୋଗ ଦିଆଗଲା । ଅପରପକ୍ଷରେ ରୋମାନିଆରେ ରହୁଥିବା ଏହି ଦମ୍ପତ୍ତି ଚୋରି ପରେ ବ୍ରିଟେନ୍ ଛାଡି ଚାଲିଯିବାକୁ ଯୋଜନା କରୁଥିଲେ । ହେଲେ ପୁଲିସ ସେମାନଙ୍କୁ ଗିରଫ କରି ନେଇଥିଲା । ଏହି ଚୋରି ପାଇଁ କୋର୍ଟ ଉକ୍ତ ଛୁଆର ବାପାକୁ 18 ମାସର ଜେଲ୍ ଦଣ୍ଡା ଦେଶ ଶୁଣାଇଛନ୍ତି । ସେହିପରି ମା'କୁ 8 ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।












Click it and Unblock the Notifications