କାବୁଲ୍ରେ ପୁଣି ରକେଟ୍ ଆକ୍ରମଣ ପାୱାର୍ ଷ୍ଟେସନ ନିକଟରେ ହେଲା ବିସ୍ଫୋରଣ
କାବୁଲ୍: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ହେଲା ରକେଟ୍ ଯୋଗେ ଆକ୍ରମଣ। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ରାଜଧାନୀ କାବୁଲର ଏକ ବିଦ୍ୟୁତ ପାୱାର୍ ଷ୍ଟେସନ ନିକଟରେ ଏକାଧିକ ରକେଟ୍ ମାଡ ହୋଇଛି। ତେବେ ଏଥିରେ କ୍ଷୟକ୍ଷତି ହୋଇଥିବା ନେଇ କିଛି ସୂଚନା ମିଳି ନାହିଁ।

ପାୱାର ପ୍ଲାଣ୍ଟ ନିକଟରେ ହୋଇଥିବା ରକେଟ୍ ଆକ୍ରମଣ ଯୋଗୁ କ୍ଷୟକ୍ଷତି ହୋଇ ନଥିଲେ ବି ଆକ୍ରମଣରେ ପ୍ଲାଣ୍ଟର ବିପୁଳ କ୍ଷତି ହେବାର ଆଶଙ୍କା ଥିଲା ବୋଲି ସ୍ଥାନିୟ ଲୋକମାନେ କହିଛନ୍ତି। ସୂଚନା ଯୋଗ୍ଯ ଯେ, ଗତ ମାସରେ କାବୁଲ୍ ବିମାନ ବନ୍ଦରକୁ ଟାର୍ଗେଟ କରି ରକେଟ୍ ଆକ୍ରମଣ ହୋଇଥିଲା। ତେବେ ସୁରକ୍ଷା କର୍ମୀମାନଙ୍କ ସତର୍କ ପଦକ୍ଷେପ ଯୋଗୁ ଏହି ଆକ୍ରମଣ ସଫଳ ହୋଇ ନଥିଲା।












Click it and Unblock the Notifications