ଚୀନର ଚଙ୍ଗଚୁଙ୍ଗ ସହରରେ ପୁଣି ବଢିଲା କରୋନା ଭୂତାଣୁ ସଂକ୍ରମଣ, ଲକଡାଉନ ଘୋଷଣା
ନୂଆଦିଲ୍ଲୀ: କିଛିଦିନର ଶାନ୍ତି ପରେ ପୁଣି ଆସିଲା କରୋନା ଭାଇରସ ସମ୍ପର୍କିତ ଖବର। ଚୀନର ଚାଙ୍ଗଚୁଙ୍ଗ ସହରରେ ପୁଣି ତୀବ୍ର ଗତିରେ ସଂକ୍ରମଣ ବଢିବାରେ ଲାଗିଛି କୋଭିଡ ଭୂତାଣୁର। ପ୍ରାୟ ଏକ କୋଟି ଜନବସତି ଥିବା ଏହି ସହରରେ ହଠାତ ସଂକ୍ରମିତଙ୍କ ସଂଖ୍ୟା ବଢିବା ଯୋଗୁ ଭୂତାଣୁକୁ ନେଇ ପୁଣି ଥରେ ଆଶଙ୍କା ପରିସ୍ଥିତି ଦେଖା ଦେଇଛି।

କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ସେଠାକାର ସ୍ଥାନିୟ ପ୍ରଶାସନ ସହରରେ ପୁଣି ଥରେ ଲକଡାଉନ ଘୋଷଣା କରିଛନ୍ତି। ଜନ ଗହଳି ସ୍ଥାନ, ସର୍ବସାଧାରଣ ସ୍ଥାନ ତଥା ବିଭିନ୍ନ କାର୍ଯ୍ୟକଳାପ ଉପରେ ରୋକ ଲଗାଯାଇଛି। ତେବେ ଏହି ସଂକ୍ରମଣ କୌଣସି ନୂତନ ଭାରିଆଣ୍ଟ ଯୋଗୁ ହୋଇଛି କିମ୍ବା ପୂର୍ବରୁ ରହିଥିବା ଭୂତାଣୁର ସକ୍ରିୟତା ଯୋଗୁ ହୋଇଛି ସେନେଇ ସ୍ପଷ୍ଟ ହୋଇନାହିଁ। ଭୂତାଣୁ ସଂକ୍ରମଣ ଉପରେ ଆମେ ଅଧିକ ଦ୍ରୁଷ୍ଟି ନିବଦ୍ଧ କରିଛୁ, ଏହାର ତୀବ୍ରତା ଏବଂ ସଂକ୍ରମଣ ମାତ୍ରା ସମ୍ବନ୍ଧରେ ଅଧ୍ୟୟନ କରାଯିବ ବୋଲି ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନାମ ଗୋପନ ରାଖି ସୂଚନା ଦେଇଛନ୍ତି।












Click it and Unblock the Notifications