For Quick Alerts
Turn On Notification  
For Daily Alerts
Oneindia App Download

ଋଷି ସୁନକଙ୍କ ଝିଅ ଲଣ୍ଡନରେ କୁଚିପୁଡି ନୃତ୍ୟ ପରିବେଷଣ କରି ଜିଣିଲେ ଦର୍ଶକଙ୍କ ମନ

ଋଷି ସୁନକଙ୍କ ଝିଅ ଲଣ୍ଡନର କୁଚିପୁଡି ନୃତ୍ୟ ପରିବେଷଣ କରି ଜିଣିଲେ ଦର୍ଶକଙ୍କ ମନ

|

ବ୍ରିଟେନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନଅ ବର୍ଷର ଝିଅ ଅନୁଷ୍କା ସୁନକ ଲଣ୍ଡନର 'ରଙ୍ଗ'ରେ କୁଚିପୁଡି ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ଅନୁଷ୍କା ଅନେକ ପିଲାଙ୍କ ସହିତ ଏହି ନୃତ୍ୟ ପରିବେଷଣ କରିଥିଲେ । ନିଜ ନୃତ୍ୟରେ ସେ ଦର୍ଶକଙ୍କ ମନ ଜଣିଥିଲେ ।

Rishi Sunak
ବାସ୍ତବରେ, 'ରଙ୍ଗ' ଆନ୍ତର୍ଜାତୀୟ କୁଚିପୁଡି ନୃତ୍ୟ ମହୋତ୍ସବ ୨୦୨୨ ର ଅଂଶ ଥିଲା । ବ୍ରିଟେନରେ ଏହା ସବୁଠାରୁ ବଡ଼ ମହୋତ୍ସବ । ଏହି କାର୍ଯ୍ୟକ୍ରମରେ ସବୁ ପିଢିର ଲୋକମାନେ ଅଂଶଗ୍ରହଣ କରିଥିଲେ । ଶୁକ୍ରବାରର କାର୍ଯ୍ୟକ୍ରମରେ ୪ ରୁ ୮୪ ବର୍ଷ ବୟସର ପ୍ରାୟ ୧୦୦ କଳାକାର ଅଂଶଗ୍ରହଣ କରିଥିଲେ । ଏଥିରେ ସଂଗୀତଜ୍ଞ, ପ୍ରାଚୀନ, ନୃତ୍ୟଶିଳ୍ପୀ, ହ୍ୱିଲ ଚେୟାର ନୃତ୍ୟଶିଳ୍ପୀ, ନରରଙ୍ଗ ଗୋଷ୍ଠୀ, ପୋଲାଣ୍ଡର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Rishi Sunak

ଋଷି ସୁନକ ହେଉଛନ୍ତି ବ୍ରିଟେନର ୫୭ ତମ ପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ବଂଶୋଦ୍ଭବ ପ୍ରଥମ ବ୍ରିଟିଶ ପ୍ରଧାନମନ୍ତ୍ରୀ । ସେ ଭାରତର ଅଗ୍ରଣୀ ସଫ୍ଟୱେୟାର କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀଙ୍କୁ ବିବାହ କରିଛନ୍ତି । ଋଷି ସୁନକ ଏବଂ ଅକ୍ଷତା ସୁନକଙ୍କର ଦୁଇ ଝିଅ କୃଷ୍ଣା ଏବଂ ଅନୁଷ୍କା ଅଛନ୍ତି । ୨୦୦ ବର୍ଷ ମଧ୍ୟରେ ସବୁଠୁ କମ ବୟସର ବ୍ରିଟିଶ ପ୍ରଧାନମନ୍ତ୍ରୀ ହେଉଛନ୍ତି ୪୨ ବର୍ଷିୟ ଋଷି ସୁନକ । ସେ ହେଉଛନ୍ତି ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ । ଗଣେଶଙ୍କର ଏକ ପ୍ରତିମା ସେ ନିଜ ଟେବୁଲ ଉପରେ ରଖିଥିବା ନେଇ ସୂଚନା ରହିଛି । ସେ ବ୍ରିଟେନର ସର୍ବ କନିଷ୍ଠ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Rishi Sunak's daughter won the hearts of the audience by performing Kuchipudi dance in London
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X