Get Updates
Get notified of breaking news, exclusive insights, and must-see stories!

ଋଷି ସୁନକଙ୍କ ଝିଅ ଲଣ୍ଡନରେ କୁଚିପୁଡି ନୃତ୍ୟ ପରିବେଷଣ କରି ଜିଣିଲେ ଦର୍ଶକଙ୍କ ମନ

ଋଷି ସୁନକଙ୍କ ଝିଅ ଲଣ୍ଡନର କୁଚିପୁଡି ନୃତ୍ୟ ପରିବେଷଣ କରି ଜିଣିଲେ ଦର୍ଶକଙ୍କ ମନ

ବ୍ରିଟେନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନଅ ବର୍ଷର ଝିଅ ଅନୁଷ୍କା ସୁନକ ଲଣ୍ଡନର 'ରଙ୍ଗ'ରେ କୁଚିପୁଡି ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ଅନୁଷ୍କା ଅନେକ ପିଲାଙ୍କ ସହିତ ଏହି ନୃତ୍ୟ ପରିବେଷଣ କରିଥିଲେ । ନିଜ ନୃତ୍ୟରେ ସେ ଦର୍ଶକଙ୍କ ମନ ଜଣିଥିଲେ ।

Rishi Sunak
ବାସ୍ତବରେ, 'ରଙ୍ଗ' ଆନ୍ତର୍ଜାତୀୟ କୁଚିପୁଡି ନୃତ୍ୟ ମହୋତ୍ସବ ୨୦୨୨ ର ଅଂଶ ଥିଲା । ବ୍ରିଟେନରେ ଏହା ସବୁଠାରୁ ବଡ଼ ମହୋତ୍ସବ । ଏହି କାର୍ଯ୍ୟକ୍ରମରେ ସବୁ ପିଢିର ଲୋକମାନେ ଅଂଶଗ୍ରହଣ କରିଥିଲେ । ଶୁକ୍ରବାରର କାର୍ଯ୍ୟକ୍ରମରେ ୪ ରୁ ୮୪ ବର୍ଷ ବୟସର ପ୍ରାୟ ୧୦୦ କଳାକାର ଅଂଶଗ୍ରହଣ କରିଥିଲେ । ଏଥିରେ ସଂଗୀତଜ୍ଞ, ପ୍ରାଚୀନ, ନୃତ୍ୟଶିଳ୍ପୀ, ହ୍ୱିଲ ଚେୟାର ନୃତ୍ୟଶିଳ୍ପୀ, ନରରଙ୍ଗ ଗୋଷ୍ଠୀ, ପୋଲାଣ୍ଡର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Rishi Sunak

ଋଷି ସୁନକ ହେଉଛନ୍ତି ବ୍ରିଟେନର ୫୭ ତମ ପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ବଂଶୋଦ୍ଭବ ପ୍ରଥମ ବ୍ରିଟିଶ ପ୍ରଧାନମନ୍ତ୍ରୀ । ସେ ଭାରତର ଅଗ୍ରଣୀ ସଫ୍ଟୱେୟାର କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀଙ୍କୁ ବିବାହ କରିଛନ୍ତି । ଋଷି ସୁନକ ଏବଂ ଅକ୍ଷତା ସୁନକଙ୍କର ଦୁଇ ଝିଅ କୃଷ୍ଣା ଏବଂ ଅନୁଷ୍କା ଅଛନ୍ତି । ୨୦୦ ବର୍ଷ ମଧ୍ୟରେ ସବୁଠୁ କମ ବୟସର ବ୍ରିଟିଶ ପ୍ରଧାନମନ୍ତ୍ରୀ ହେଉଛନ୍ତି ୪୨ ବର୍ଷିୟ ଋଷି ସୁନକ । ସେ ହେଉଛନ୍ତି ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ । ଗଣେଶଙ୍କର ଏକ ପ୍ରତିମା ସେ ନିଜ ଟେବୁଲ ଉପରେ ରଖିଥିବା ନେଇ ସୂଚନା ରହିଛି । ସେ ବ୍ରିଟେନର ସର୍ବ କନିଷ୍ଠ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+