Get Updates
Get notified of breaking news, exclusive insights, and must-see stories!

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେଲେ ଋଷି ସୁନକ

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେଲେ ଋଷି ସୁନକ । କିଙ୍ଗସ ଚାର୍ଲ୍ସ ତୃତୀୟ ଦ୍ବାରା ବିଦ୍ଧିବଧ ଭାବେ ଦାୟିତ୍ବ ନେଲେ ସୁନକ।

ଲଣ୍ଡନ: ବ୍ରିଟେନରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ନାଗରିକ ଭାବେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେଲେ ଋଷି ସୁନକ । ସେ ବ୍ରିଟେନର ସର୍ବ କନିଷ୍ଠ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ସେ ବ୍ରିଟେନର ସର୍ବକନିଷ୍ଠ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି।

ଆଜି ପିଏମ ଭାବେ ଦାୟିତ୍ବ ନେବା ପରେ ସୁନକ ନିଜର ପ୍ରଥମ ଅଭିଭାଷଣରେ ଦେଶବାସୀଙ୍କୁ ଦେଇଛନ୍ତି ଅନେକ ପ୍ରତିଶୃତି । ଦେଶରେ ଲାଗି ରହିଥିବା ଅର୍ଥନୈତିକ ସମସ୍ୟାକୁ ଦୂର କରିବା ପାଇଁ ସେ ସୂଚନା ଦେଇଛନ୍ତି । ଏନଇ ସେ କିଛି ଯୋଜନା ମଧ୍ୟ ପ୍ରସ୍ତୁତ କରିଥିବା କହିଛନ୍ତି ।

new pm

ସୁନକଙ୍କ କହିବା ଅନୁସାରେ, "ବର୍ତ୍ତମାନ ଆମ ଦେଶ ବଡ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି । ୟୁକ୍ରେନର ଯୁଦ୍ଧ ଦେଶକକୁ ଦୋହଲାଇ ରଖି ଦେଇଛି । ପୂର୍ବ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଅର୍ଥନୀତିକୁ ସଜାଡିବା ପାଇଁ ଚେଷ୍ଟା କରିଥିଲେ। ତାଙ୍କର ଚେଷ୍ଟାକୁ ମୁଁ ପ୍ରଶଂସା କରୁଛି । ବର୍ତ୍ତମାନ ମୁଁ ଦେଶକୁ କଥାରେ ନୁହେଁ କାର୍ଯ୍ୟରେ ଠିକ୍ କରିବି । ସୁରକ୍ଷିତ ରାସ୍ତା, ସେନା ବାହିନୀ ସମର୍ଥନ ଓ ନିଯୁକ୍ତି ସୃଷ୍ଟି ଉପରେ ଦିଆଯାଇଥିବା ପ୍ରତିଶୃତିକୁ ପାଳନ କରିବୁ ବୋଲି ସୁନକ କହିଛନ୍ତି ।

ସୁନକ ଅର୍ଥମନ୍ତ୍ରୀ ଥିବା ବେଳେ ଦେଶର ବ୍ୟବସାୟ ଓ ଲୋକଙ୍କ ସୁରକ୍ଷା ପାଇଁ ଲୋକଙ୍କ ପାଇଁ ସବୁ କରିଥିଲେ ବୋଲି କହିଛନ୍ତି । ଆଗକୁ ଆହୁରି ଯୋଜନା କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+