For Quick Alerts
Turn On Notification  
For Daily Alerts
Oneindia App Download

ବାର ବର୍ଷ ତଳେ ମୁଦି ହଜି ଥିଲା : ହଠାତ୍ ଛିଙ୍କିଲା ବେଳେ ନାକରୁ ପଡିଲା

ଗୋଟିଏ ଦାମୀ ମୁଦି ହଜି ଯାଇଥିବା ବେଳେ ଏହା ବାର ବର୍ଷ ପରେ ନାକରେ ଫଶି ରହିଥିବା ଜଣାପଡିଲା । ଦିନେ ଅଚାନକ ଏହା ନାକରୁ ଖସି ଉକ୍ତ ଯୁବତୀଙ୍କ ଆଗରେ ପଡିଲା

|

ଲଣ୍ଡନ : ଆପଣଙ୍କର କେବେ ନା' କେବେ କୌଣସି ସାମଗ୍ରୀ ହଜିଥିବ । ଯେଉଁ ସାମଗ୍ରୀ ବା ଜିନିଷ ଆମର ଅତି ପ୍ରିୟ ହୋଇ ଥାଏ ଏହା ହଜିଗଲେ ମନ ଦୁଃଖ ହୁଏ । ସେହିପରି ହଜି ଯାଇଥିବା ସାମଗ୍ରୀ ଗୁଡିକ ମିଳିବା ନେଇ ମଧ୍ୟ ଆପଣ ବିଚିତ୍ର ଘଟଣା ସବୁ ଶୁଣିଥିବେ । ଏହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଗୋଟିଏ ଦାମୀ ମୁଦି ହଜି ଯାଇଥିବା ବେଳେ ଏହା ବାର ବର୍ଷ ପରେ ନାକରେ ଫଶି ରହିଥିବା ଜଣାପଡିଲା । ଏବଂ ଦିନେ ଅଚାନକ ଏହା ନାକରୁ ଖସି ଉକ୍ତ ଯୁବତୀଙ୍କ ଆଗରେ ପଡିଲା । ଏହି ଘଟଣା ଘଟିଛି ଲଣ୍ଡନର ଜଣେ ଯୁବତୀଙ୍କ ସହ । ଅବିଗେଲ ଥମ୍ପସନ୍ ନାମକ ଏହି 20 ବର୍ଷିୟା ଯୁବତୀ ପଶ୍ଚିମ ୟାର୍କସାୟରରେ ରୁହନ୍ତି । ସେଠାରେ ସେ ବିୟୁଟିସିଆନ୍ ଭାବରେ କାମ କରନ୍ତି । କିଛି ଦିନ ତଳେ ତାଙ୍କ ନାକରୁ ତାଙ୍କରି ଦାମି ମୁଦି ମିଳିଥିଲା ।

ଆମେରିକା

ଛିଙ୍କିବା ସମୟରେ ଏହା ତାଙ୍କ ନାକରୁ ଗଳିଥିଲା । ଅବିଗେଲଙ୍କ ମା' 2007ରେ ତାଙ୍କୁ ଏକ ଦାମି ମୁଦି ଉପହାର ଦେଇଥିଲେ । ଏହାର ଦର ଲକ୍ଷ୍ୟରେ ରହିଥିଲା । 2007ରେ ଅବିକେଲଙ୍କର ଯେବେ ଆଠ ବର୍ଷ ହୋଇଥିଲେ ସେହି ସମୟରେ ଜନ୍ମଦିନ ପାଳନ ବେଳେ ଏହି ମୁଦିକୁ ଉପହାର ଭାବେ ତାଙ୍କୁ ତାଙ୍କ ମା' ଦେଇଥିଲେ । ହେଲେ ଦିନେ ଏହି ଆଙ୍ଗୁଠି ଗାୟବ ହୋଇ ଯାଇଥିଲା ।

ଥମ୍ପସନ୍ ଙ୍କୁ ଲାଗିଲା ଏହି ମୁଦିଟି ଚୋରି ହୋଇ ଯାଇଛି ବୋଲି । ଏହାକୁ ଅନେକ ଖୋଜା ଖୋଜି ପରି ମଧ୍ୟ ସେ ଏହି ମୁଦିଟିକୁ ପାଇ ନଥିଲେ । ଏହାର ବାର ବର୍ଷ ପରେ ସେ ସୋଫା ଉପରେ ଦିନେ ବସିଥିଲେ । ସେହି ସମୟରେ ତାଙ୍କ ଭିତରେ କିଛି ଚମକୁ ଥିବା ଦେଖିବାକୁ ପାଇଥିଲେ ।

ଏହାପରେ ତାଙ୍କୁ ଛିଙ୍କ ଲାଗିଥିଲା । ଥରେ ସେ କପଡା ଦେଇ ଛିଙ୍କି ସାରିବା ପରେ ଆଉ ଥରେ ସମାନ ଭାବରେ ତାଙ୍କ ନାକରେ କିଛି ଗୋଟିଏ ଚମକୁ ଥିବା ଦେଖିଥିଲେ । ଏହା ପରେ ତାଙ୍କୁ ଆଉ ଥରେ ଜୋରରେ ଛିଙ୍କ ହୋଇଥିଲା । ଛିଙ୍କି ସାରିବା ପରେ କପଡାରେ ସେ ତାଙ୍କ ମୁଦି ଦେଖିଥିଲେ । ଯାହା 12 ବର୍ଷ ତଳେ ଗାୟବ ହୋଇ ଯାଇଥିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । 12 ବର୍ଷ ତଳେ ଯେଉଁ ମୁଦିକୁ ସେ ଏତେ ଖୋଜିଥିଲେ ତାହା ତାଙ୍କ ନାକ ଭିତରେ ଯେ ଅଟକି ରହିଥିଲା ତାହା ସେ ବିଶ୍ୱାସ କରି ପାରିନଥିଲେ । ତାଙ୍କ ସାଙ୍ଗମାନେ ମଧ୍ୟ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏତେ ବର୍ଷ ଧରି ନାକରେ ମୁଦିଟି ରହିଥିବା ବେଳେ କେବେ ବି କୌଣସି କଷ୍ଟ ତାଙ୍କୁ ହୋଇ ନଥିଲା ବୋଲି ଏକ ଆନ୍ତର୍ଜାତିକ ଗଣମାଧ୍ୟମକୁ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Ring Fall From Nose on a Girl Lost in 12 Years Ago America
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X