ଇସ୍ରାଏଲ ରକେଟ୍ ମାଡ଼ରେ ରଏଟର୍ସ ସାମ୍ବାଦିକ ମୃତ
ଇସ୍ରାଏଲ-ହମାସ ଯୁଦ୍ଧ: ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ ନେଲାଣି ଶହ ଶହ ଜୀବନ ହେଲେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଏହି ଦୁଇ ଦେଶର ଲଢେଇ । ବର୍ତ୍ତମାନ ପାଲେଷ୍ଟାଇନ୍ ସହ ଯୁଦ୍ଧ ମଧ୍ୟରେ ଲେବାନନ୍ ଉପରେ ରକେଟ୍ ମାଡ଼ କରିଛି ଇସ୍ରାଏଲ । ଯାହା ଦ୍ୱାରା ଖବର ସଂଗ୍ର କରୁଥିବା ରଏଟର୍ସ ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି । ଫଟୋ ଜର୍ଣ୍ଣାଲିଷ୍ଟ ସାମ୍ବିଦିକ ଇମାସ୍ ଆବଦାଲାହ ନାମ୍ ରହୁଥିବା ସାଉଥ୍ ଲେବାନନ ଆଲମା ଅଲ୍ ସାବ୍ ଗାଁରେ ରକେଟ୍ ମାଡ଼ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ଅନ୍ୟପଟେ ଇସ୍ରାଏଲର ଘନ ଘନ ଆକ୍ରମଣ ଓ ନିର୍ଦ୍ଦେଶ ପରେ ଗାଜା ଷ୍ଟ୍ରିପ ଛାଡିବା ଆରମ୍ଭ କରିଛନ୍ତି ସାଧାରଣ ସୋକ । ଇସ୍ରାଏଲ ସ୍ଥଳ ଭାଗରେ ପ୍ରବେଶ କରିକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରି ସାରିଲାଣି । ଏହାରି ମଧ୍ୟରେ ଗଜାବାସୀ ସୁରକ୍ଷିତ ସ୍ଥାନ ଛାଡିବା ଆରମ୍ଭ କରିଦେଇଛନ୍ତି । ଲୋକମାନେ ଗାଡ଼ିରେ କପଡା, ଜିନିଷ ପତ୍ର ଧରି ଗାଜା ଛାଡିବାର ଦୃଶ୍ୟ ଏବେ ଦେଖିବା ପାଇଁ ମିଳୁଛି । ଜଣେ ରିପୋର୍ଟର ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଉତ୍ତର ଗାଜାର ଲୋକମାନେ ନିଜ ଘର ଛାଡୁଥିବାର ଦୃଶ୍ୟ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications