ଟ୍ରୁଡୋଙ୍କ ଅଡ଼ୁଆ ବଢିଲା, ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦେବାକୁ ଦାବି
ଭାରତକୁ ନାଲିଆଖି ଦେଖାଇବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏବେ ନିଜ ଦଳ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛି। ଟ୍ରୁଡୋ ଇସ୍ତଫା ଦେବାକୁ ଦଳ ପକ୍ଷରୁ ବୁଧବାର ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ନଦେଲେ ବିଦ୍ରୋହର ସାମ୍ନା କରିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ଦଳର ଅସନ୍ତୁଷ୍ଟ ସାଂସଦମାନେ।
ଭାରତ ସହ ବିବାଦ ମଧ୍ୟରେ ଟ୍ରୁଡୋଙ୍କୁ ଏପରି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ଗତକାଲି ଟ୍ରୁଡୋ ଏବଂ ତାଙ୍କ ଲିବେରାଲ ପାର୍ଟିର ସାଂସଦମାନଙ୍କ ସହ ଏକ ବୈଠକ ବସିଥିଲା। ଏଥିରେ କ୍ୟାବିନେଟର ସଦସ୍ୟ ନଥିବା ୨୦ ଜଣ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଆସନ୍ତା ନିର୍ବାଚନରେ ଦଳର ପରାଜୟ ଆଶଙ୍କା କରି ସେମାନେ ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି। ସୂଚନା ଅନୁସାରେ, ଗତକାଲି ଟ୍ରୁଡୋ ଏବଂ ତାଙ୍କ ଲିବେରାଲ ପାର୍ଟିର ସାଂସଦମାନଙ୍କ ସହ ଏକ ରୁଦ୍ଧ ଦ୍ୱାର ବୈଠକ ବସିଥିଲା। ଏଥିରେ କ୍ୟାବିନେଟର ସଦସ୍ୟ ନଥିବା ୨୦ ଜଣ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଆସନ୍ତା ନିର୍ବାଚନରେ ଦଳର ପରାଜୟ ଆଶଙ୍କା କରି ସେମାନେ ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି।

ଏହି ବୈଠକ ତିନି ଘଣ୍ଟା ଧରି ଚାଲିଥିଲା। ଟ୍ରୁଡୋ ଏଥିରେ ତାଙ୍କ ନିଷ୍ପତ୍ତି ଶୁଣାଇନଥିଲେ ମଧ୍ୟ ହସୁଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ବୈଠକ ପରେ ସେ କହିଛନ୍ତି ଯେ, ଲିବେରାଲମାନେ ଏକତ୍ରିତ ଏବଂ ଶକ୍ତିଶାଳୀ। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲିବେରାଲ ପାର୍ଟିର ୧୫୩ ଜଣ ସାଂସଦଙ୍କ ମଧ୍ୟରୁ ୨୪ ଜଣ ଏକ ଚିଠିରେ ଦସ୍ତଖତ କରି ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଆହ୍ୱାନ କରିବା ସହ ଆସନ୍ତା ନିର୍ବାଚନ ନ ଲଢିବାକୁ କହିଛନ୍ତି। ଟ୍ରୁଡୋ ଗତ ୧୦ ବର୍ଷ ଧରି କାନାଡାର ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି। ଗତ ବର୍ଷଠାରୁ ଭାରତ ସହ ତିକ୍ତତା ମଧ୍ୟରେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି।












Click it and Unblock the Notifications