ବାଂଲାଦେଶ ବାୟୁସେନା ଘାଟି ଉପରେ ଆକ୍ରମଣ
ବାଂଲାଦେଶରେ ବାୟୁସେନାର ଏକ ଘାଟି ଉପରେ ସ୍ଥାନୀୟ ଜନତା କରିଛନ୍ତି ଆକ୍ରମଣ । ଏହି ବାୟୁସେନା ଘାଟି କୋକ୍ସବଜାର ଅଞ୍ଚଳରେ ରହିଛି। ବାଂଲାଦେଶ ବାୟୁସେନା ଜନତାଙ୍କ ଆକ୍ରମଣର ମୁକାବିଲା କରୁଛି। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବାର ସୂଚନା ଆସୁଛି। ବାଂଲାଦେଶ ଇଣ୍ଟରସର୍ଭିସେସ ପବ୍ଲିକ୍ ରିଲେସନସ୍ (ଆଇଏସପିଆର) ସୂଚନା ଅନୁସାରେ ବାୟୁସେନା ଘାଟିକୁ ଲାଗି ରହିଥିବା ସମିତି ପାଡ଼ାର ଲୋକେ ଏହି ଆକ୍ରମଣ କରିଛନ୍ତି।

ବାଂଲାଦେଶ ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଅନୁଯାୟୀ, ଫେବ୍ରୁଆରି ୨୪ ତାରିଖ ସୋମବାର ଦିନ କିଛି ଦୁର୍ବୃତ୍ତ ହଠାତ୍ କକ୍ସ ବଜାରସ୍ଥିତ ବାଂଲାଦେଶ ବାୟୁସେନା (ବିଏଏଫ୍) ବେସ୍ ଉପରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ସମିତି ପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ଟିବିଏସ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, କକ୍ସ ବଜାରର ଡେପୁଟି କମିଶନର ମହମ୍ମଦ ସଲାହୁଦ୍ଦିନ କହିଛନ୍ତି ଯେ ଅପରାହ୍ନରେ ସ୍ଥାନୀୟ ଲୋକ ଏବଂ ବିଏଏଫ୍ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷଙ୍କ ସହ ଆଲୋଚନା ମାଧ୍ୟମରେ ଏହି ସଂଘର୍ଷର କାରଣ ଅନୁସନ୍ଧାନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସଲାହୁଦ୍ଦିନ କହିଛନ୍ତି।












Click it and Unblock the Notifications