ଗବେଷଣାରେ ଆସିଲା ଦୋହଲାଇ ଦେବା ଭଳି ତଥ୍ୟ : ଓ୍ୱାର୍କ ଫ୍ରମ୍ ହୋମ୍ ରେ ଯୁବ ପିଢିଙ୍କ ପାଇଁ ଅଧିକ ରହିଛି ମୃତ୍ୟୁର ଆଶଙ୍କା
ଓ୍ୱାର୍କ ଫ୍ରମ୍ ହୋମ୍ ରେ ଯୁବ ପିଢିଙ୍କ ପାଇଁ ଅଧିକ ରହିଛି ମୃତ୍ୟୁର ଆଶଙ୍କା । ବ୍ରିଟିସ୍ ଜର୍ନଲ ଅଫ୍ ସ୍ପୋର୍ଟସ୍ ମେଡିସିନ୍ କରିଥିବା ଏହି ଗବେଷଣାର ତଥ୍ୟ ଏବେ ସାମ୍ନାକୁ ଆସିଛି ।
ଭୁବନେଶ୍ୱର
:
କୋଭିଡ୍
ମହାମାରୀରେ
ସାରା
ଦୁନିଆ
ଏବେ
ଜର୍ଜରିତ
।
କୋଭିଡର
ବଢୁଥିବା
ବିପଦ
ଲୋକଙ୍କ
ଜୀବନ
ଶୈଳୀକୁ
ପରିବର୍ତ୍ତନ
କରି
ଦେଇଛି
।
ଏହି
ସମୟରେ
ଅନେକ
କାର୍ଯ୍ୟାଳୟ
ବନ୍ଦ
ହୋଇ
ରହିଛି
।
ଜୀବିକା
ପ୍ରଭାବିତ
ହୋଇଛି
।
ଅଧିକାଂଶ
କମ୍ପାନୀମାନେ
ତାଙ୍କ
କର୍ମଚାରୀଙ୍କୁ
ଓ୍ୱାର୍କ
ଫ୍ରମ୍
ହୋମ
ଅର୍ଥାତ
ଘରେ
ରହି
କାମ
କରିବାକୁ
ନିର୍ଦ୍ଦେଶ
ଦେଇଛନ୍ତି
।
ଲକ୍
ଡାଉନ୍
ସମୟରେ
ଅଧିକାଂଶ
ଲୋକ
ଘରେ
ରହି
ହିଁ
ନିଜ
କାମ
ସମ୍ପାଦନ
କଲେ
।
ଅବଶ୍ୟ
ଏବେ
ଧିରେ
ଧିରେ
ସ୍ଥିତି
ସ୍ୱଭାବିକ
ହେବାକୁ
ଲାଗିଛି
।
କାର୍ଯ୍ୟାଳୟ
ଖୋଲିବା
ଆରମ୍ଭ
ହୋଇଛି
।
ସୀମିତ
ଲୋକଙ୍କୁ
ନେଇ
କାମ
ଆରମ୍ଭ
ହୋଇଛି
।
ଏହି
ଭିତରେ
ଏଭଳି
ଏକ
ଗବେଷଣାତ୍ମକ
ତଥ୍ୟ
ସାମ୍ନାକୁ
ଆସିଛି
ଯାହା
ଚିନ୍ତାଜନକ
ବିଷୟ
ପାଲଟିଛି
।
ଦେଶର
ପ୍ରାୟ
10
ମାସ
ଲୋକ
ଘରେ
ରହି
କାମ
କଲେ
।
ଏହି
ସମୟରେ
ଲୋକଙ୍କ
ବସିବା
ସମୟ
ଅଧିକ
ହୋଇଗଲା
।
ଗୋଟିଏ ସ୍ଥାନରେ ବସି କାମ କରିବାର ସମୟ ଲୋକଙ୍କ ପାଇଁ ଅଧିକ ରହିଲା । ଏହାକୁ ନେଇ ଏକ ଗବେଷଣା କରାଗଲା । ହଜାର ସଂଖ୍ୟକ ଲୋକଙ୍କୁ ନେଇ ହୋଇଥିବା ଗବେଷଣାରେ ଯେଉଁ ରିପୋର୍ଟ ଆସିଛି ତାହା ଦୋହଲାଇ ଦେବା ଭଳି । ବ୍ରିଟିସ୍ ଜର୍ନଲ ଅଫ୍ ସ୍ପୋର୍ଟସ୍ ମେଡିସିନ୍ କରିଥିବା ଏହି ଗବେଷଣାର ତଥ୍ୟ ଏବେ ସାମ୍ନାକୁ ଆସିଛି । ଏହି ଗବେଷଣାରେ ଘରେ ରହି କାମ କରୁଥିବା ଲୋକଙ୍କ ଗତିବିଧିକୁ ଯାଞ୍ଚ କରାଯାଇଥିଲା । ଏହା ଉପରେ ନଜର ରଖା ଯାଇଥିଲା । ନିଷ୍କ୍ରିୟ ଅବସ୍ଥାନରେ ଗୋଟିଏ ସ୍ଥାନରେ ବସି କାମ କରୁଥିବା ଲୋକମାନଙ୍କ ପାଇଁ ଏକ ବିପଦ ଏହି ଗବେଷଣାରେ ମିଳିଛି । ଅଧିକାଂଶ ଯୁବ ପିଢି ଯେଉଁମାନେ ଗୋଟିଏ ସ୍ଥାନରେ ବସି କାମ କରୁଛନ୍ତି ସେମାନଙ୍କର ଯୁବାବସ୍ଥାରେ ମୃତ୍ୟୁର ଆଶଙ୍କା ଅଧିକ କରାଯାଉଛି । ଯଦି ଲୋକମାନେ ଟିକେ ବି ଗତିବିଧି ଘରେ ଜାରି ରଖନ୍ତି ତାହାଲେ ଏହି ମୃତ୍ୟୁର ଆଶଙ୍କାକୁ ସାମାନ୍ୟ କମ୍ କରାଯାଇ ପାରିବ ।