ଗବେଷଣାରେ ଆସିଲା ଦୋହଲାଇ ଦେବା ଭଳି ତଥ୍ୟ : ଓ୍ୱାର୍କ ଫ୍ରମ୍ ହୋମ୍ ରେ ଯୁବ ପିଢିଙ୍କ ପାଇଁ ଅଧିକ ରହିଛି ମୃତ୍ୟୁର ଆଶଙ୍କା
ଓ୍ୱାର୍କ ଫ୍ରମ୍ ହୋମ୍ ରେ ଯୁବ ପିଢିଙ୍କ ପାଇଁ ଅଧିକ ରହିଛି ମୃତ୍ୟୁର ଆଶଙ୍କା । ବ୍ରିଟିସ୍ ଜର୍ନଲ ଅଫ୍ ସ୍ପୋର୍ଟସ୍ ମେଡିସିନ୍ କରିଥିବା ଏହି ଗବେଷଣାର ତଥ୍ୟ ଏବେ ସାମ୍ନାକୁ ଆସିଛି ।
ଭୁବନେଶ୍ୱର : କୋଭିଡ୍ ମହାମାରୀରେ ସାରା ଦୁନିଆ ଏବେ ଜର୍ଜରିତ । କୋଭିଡର ବଢୁଥିବା ବିପଦ ଲୋକଙ୍କ ଜୀବନ ଶୈଳୀକୁ ପରିବର୍ତ୍ତନ କରି ଦେଇଛି । ଏହି ସମୟରେ ଅନେକ କାର୍ଯ୍ୟାଳୟ ବନ୍ଦ ହୋଇ ରହିଛି । ଜୀବିକା ପ୍ରଭାବିତ ହୋଇଛି । ଅଧିକାଂଶ କମ୍ପାନୀମାନେ ତାଙ୍କ କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ୍ ହୋମ ଅର୍ଥାତ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ ଡାଉନ୍ ସମୟରେ ଅଧିକାଂଶ ଲୋକ ଘରେ ରହି ହିଁ ନିଜ କାମ ସମ୍ପାଦନ କଲେ । ଅବଶ୍ୟ ଏବେ ଧିରେ ଧିରେ ସ୍ଥିତି ସ୍ୱଭାବିକ ହେବାକୁ ଲାଗିଛି । କାର୍ଯ୍ୟାଳୟ ଖୋଲିବା ଆରମ୍ଭ ହୋଇଛି । ସୀମିତ ଲୋକଙ୍କୁ ନେଇ କାମ ଆରମ୍ଭ ହୋଇଛି । ଏହି ଭିତରେ ଏଭଳି ଏକ ଗବେଷଣାତ୍ମକ ତଥ୍ୟ ସାମ୍ନାକୁ ଆସିଛି ଯାହା ଚିନ୍ତାଜନକ ବିଷୟ ପାଲଟିଛି ।
ଦେଶର ପ୍ରାୟ 10 ମାସ ଲୋକ ଘରେ ରହି କାମ କଲେ । ଏହି ସମୟରେ ଲୋକଙ୍କ ବସିବା ସମୟ ଅଧିକ ହୋଇଗଲା ।

ଗୋଟିଏ ସ୍ଥାନରେ ବସି କାମ କରିବାର ସମୟ ଲୋକଙ୍କ ପାଇଁ ଅଧିକ ରହିଲା । ଏହାକୁ ନେଇ ଏକ ଗବେଷଣା କରାଗଲା । ହଜାର ସଂଖ୍ୟକ ଲୋକଙ୍କୁ ନେଇ ହୋଇଥିବା ଗବେଷଣାରେ ଯେଉଁ ରିପୋର୍ଟ ଆସିଛି ତାହା ଦୋହଲାଇ ଦେବା ଭଳି । ବ୍ରିଟିସ୍ ଜର୍ନଲ ଅଫ୍ ସ୍ପୋର୍ଟସ୍ ମେଡିସିନ୍ କରିଥିବା ଏହି ଗବେଷଣାର ତଥ୍ୟ ଏବେ ସାମ୍ନାକୁ ଆସିଛି । ଏହି ଗବେଷଣାରେ ଘରେ ରହି କାମ କରୁଥିବା ଲୋକଙ୍କ ଗତିବିଧିକୁ ଯାଞ୍ଚ କରାଯାଇଥିଲା । ଏହା ଉପରେ ନଜର ରଖା ଯାଇଥିଲା । ନିଷ୍କ୍ରିୟ ଅବସ୍ଥାନରେ ଗୋଟିଏ ସ୍ଥାନରେ ବସି କାମ କରୁଥିବା ଲୋକମାନଙ୍କ ପାଇଁ ଏକ ବିପଦ ଏହି ଗବେଷଣାରେ ମିଳିଛି । ଅଧିକାଂଶ ଯୁବ ପିଢି ଯେଉଁମାନେ ଗୋଟିଏ ସ୍ଥାନରେ ବସି କାମ କରୁଛନ୍ତି ସେମାନଙ୍କର ଯୁବାବସ୍ଥାରେ ମୃତ୍ୟୁର ଆଶଙ୍କା ଅଧିକ କରାଯାଉଛି । ଯଦି ଲୋକମାନେ ଟିକେ ବି ଗତିବିଧି ଘରେ ଜାରି ରଖନ୍ତି ତାହାଲେ ଏହି ମୃତ୍ୟୁର ଆଶଙ୍କାକୁ ସାମାନ୍ୟ କମ୍ କରାଯାଇ ପାରିବ ।













Click it and Unblock the Notifications