ୟୁକ୍ରେନ ସୈନ୍ୟଙ୍କୁ ଛାଡ଼ିଦିଅ : ପୁଟିନଙ୍କୁ କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ ସେ ରୁଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ୟୁକ୍ରେନ ଯୁଦ୍ଧ ଶେଷ କରିବା ଏବଂ ୟୁକ୍ରେନ ସୈନିକଙ୍କ ଜୀବନ ବଞ୍ଚାଇବା ଉପରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଶେଷ ହେବାର ସମ୍ଭାବନା ବୃଦ୍ଧି ପାଉଛି । ୟୁକ୍ରେନର ହଜାର ହଜାର ସୈନିକଙ୍କୁ ଋଷ ସେନା ଘେରି ରହିଛନ୍ତି ଏବଂ ସେମାନେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଅଛନ୍ତି । ୟୁକ୍ରେନ ସୈନିକଙ୍କ ଜୀବନ ବଞ୍ଚାଇବାକୁ ସେ ପୁଟିନଙ୍କୁ ଅନୁରୋଧ କରିଛନ୍ତି। ୟୁକ୍ରେନ ସୈନିକଙ୍କ ଜୀବନ ବଞ୍ଚାଇବାକୁ ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ଦୃଢ଼ ନିବେଦନ କରିଛି। ଏହା ଏକ ଭୟଙ୍କର ଗଣହତ୍ୟା ହେବ, ଯାହା ଦ୍ବିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦେଖିବାକୁ ମିଳିନାହିଁ। ସେ ତାଙ୍କ ବାର୍ତ୍ତା ଶେଷ କରି ଲେଖିଥିଲେ, "ଭଗବାନ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ!"

ଟ୍ରମ୍ପ୍ ପୂର୍ବରୁ ଦାବି କରିଥିଲେ ଯେ ଯଦି ସେ ରାଷ୍ଟ୍ରପତି ହୋଇଥାନ୍ତେ ତେବେ ୟୁକ୍ରେନ ଯୁଦ୍ଧ କେବେ ଆରମ୍ଭ ହୋଇନଥାନ୍ତା। ୟୁକ୍ରେନ ଯୁଦ୍ଧକୁ ତୁରନ୍ତ ଶେଷ କରିବାକୁ ଯୋଜନା ରହିଛି ବୋଲି ସେ ଦାବି କରିଥିଲେ। ଯଦି ସେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି, ତେବେ ସେ ଯୁଦ୍ଧକୁ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରିବେ।












Click it and Unblock the Notifications