ବିଶ୍ୱରେ ବିରଳ ଘଟଣା: ମହିଳାଙ୍କ ମସ୍ତିଷ୍କରୁ ମିଳିଲା ସାପ ଦେହରେ ଥିବା ପରଜୀବୀ
ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳାଙ୍କ ମସ୍ତିଷ୍କ ଭିତରେ ଜୀବନ୍ତ ସାପ ଦେହରେ ବଢ଼ୁଥିବା ପରଜୀବୀ ଦେଖିବାକୁ ମିଳିଛି । ମଣିଷରେ ଏଭଳି ସଂକ୍ରମଣର ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ଏପରିକି ଡାକ୍ତରମାନେ ଏହି ବିଷୟରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ତେବେ ଉକ୍ତ ମହିଳାଙ୍କ ବୟସ ୬୪ ବର୍ଷ ବୋଲି ଜଣାପଡିଛି । ମହିଳାଜଣଙ୍କ ଦୀର୍ଘଦିନ ହେବ ଜଣେ ଡାକ୍ତରଙ୍କ ପାଖେ ଚିକିତ୍ସିତ ହେଉଥିଲେ । ନିମୋନିଆ, ପେଟ ଦରଜ, ଝାଡା, ଶୁଖିଲା କାଶ ଓ ରାତିରେ ଝାଳ ବାହାରିବା ପରି ଲକ୍ଷଣ ଦେଖା ଦେଇଥିଲା । ଏମଆରଆଇ ସ୍କାନ କରାଯିବା ପରେ ୩ ଇଂଚ ଲମ୍ବର ଏକ ପରଜୀବୀ ଦେଖିବାକୁ ମିଳିଥିଲା । ଏହା ସାଧାରଣତଃ କାର୍ପେଟ ପାଇଥନ ନିକଟରେ ଦେଖିବାକୁ ମିଳିଥାଏ । ତେବେ ଏହା କିପରି ମହିଳାଙ୍କ ଶରୀର ମଧ୍ୟକୁ ପ୍ରବେଶ କଲା ତାହା ଏ ପର୍ଯ୍ୟନ୍ତ ବି ସ୍ପଷ୍ଟ ହୋଇ ପାରିନି ।
ତେବେ ଜଣେ ନ୍ୟୁରୋସର୍ଜନ କହିଛନ୍ତି ଯେ ଏପରି ଘଟଣା ଆଶ୍ଚର୍ଯ୍ୟଜନକ । କାରଣ ଏହା ମଣିଷମାନଙ୍କଠାରେ ଦେଖାଯାଏ ନାହିଁ । ସାଧାରଣତଃ ସାପଙ୍କ ନିକଟରେ ଦେଖାଯାଏ । ତେବେ ସାପରେ ମିଳୁଥିବା ଏହି ପରଜୀବି କିପରି ମହିଳାଙ୍କ ଶରୀରରେ ପହଞ୍ଚିଲା ତାହାର ରହସ୍ୟ ସମାଧାନ କରିବାକୁ ଡାକ୍ତରମାନେ ଚେଷ୍ଟା କରୁଛନ୍ତି । ତଥାପି, କିଛି ଡାକ୍ତର ବିଶ୍ୱାସ କରନ୍ତି ଯେ ପୋକର ଅଣ୍ଡା ହୁଏତ କିଛି ଖାଦ୍ୟ ପଦାର୍ଥରେ ଆସିଥାଇ ପାରେ, ଯାହା ମହିଳା ଖାଇଥାଇ ପାରନ୍ତି । ମହିଳା ଖାଦ୍ୟ ପାଇଁ ନିଜ ବାଡିରେ ପାଳଙ୍ଗ ଚାଷ କରିଥିଲେ । ତେଣୁ ତାହା ମହିଳାଙ୍କ ଶରୀରକୁ ଖାଦ୍ୟ ମାଧ୍ୟମରେ ପ୍ରବେଶ କରିଥାଇପାରେ ବୋଲି ଅନୁମାନ କରାଯାଉଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications