ପାଲେଷ୍ଚାଇନ୍ ବିରୋଧରେ ଯୁଦ୍ଧର ଅନ୍ତ ହେବା ଉଚିତ୍:ଇରାନ୍, ସାଉଦି ଆରବ
Israel-Hamas War News: ଷଷ୍ଠ ଦିନ ମଧ୍ୟ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଖାଦ୍ୟ ଏବଂ ଜଳ ଉପରେ ପ୍ରତିବନ୍ଧକ ସମେତ ଇସ୍ରାଏଲ୍ ପୂର୍ବରୁ ଅବରୋଧିତ ଗାଜା ପଟି ଅଞ୍ଚଳକୁ ସମ୍ପୂର୍ଣ୍ଣ ଅବରୋଧ କରିଛି । ଏଥି ସହ ଗାଜା ଅଞ୍ଚଳରେ 1500 ହମାସ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ନେଇ ଇସ୍ରାଏଲ୍ ସେନା ଦାବି କରିଛି।
ଏହାରି ମଧ୍ୟରେ ପାଲେଷ୍ଚାଇନ୍-ଇସ୍ରାଏଲ ବିବାଦକୁ ଆଲୋଚନା କରିଛନ୍ତି ଇରାନ ଓ ସାଉଦି ମୁଖ୍ୟ । ଇରାଲ ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବୁଧାବର ଦିନ ଫୋନ୍ ମାଧ୍ୟମରେ ବାର୍ତ୍ତାଳାପ କରିଛନ୍ତି । ଉଭୟ 45 ମିନିଟ୍ କଥାବାର୍ତ୍ତା ହୋଇଥିଲେ। ସେ ପାଲେଷ୍ଟାଇନର ବିକାଶ ଉପରେ ମୁସଲମାନ ଦେଶର ଏକତା ବିଷୟରେ ଆଲୋଚନା କରିଥିବା ନେଇ ସୂଚନା ରହିଛି ।

ଇରାନ ଏବଂ ସାଉଦି ଆରବ ମଧ୍ୟରେ ଏହି ବାର୍ତ୍ତାଳାପ ଗୁରୁତ୍ୱପୂର୍ଣ୍ଣ କାରଣ ଚଳିତ ବର୍ଷ ଆରମ୍ଭ ପର୍ଯ୍ୟନ୍ତ ମଧ୍ୟ ପୂର୍ବର ଏହି ଦୁଇ ଦେଶ ତିକ୍ତ ପ୍ରତିଦ୍ୱନ୍ଦ୍ୱୀ ଥିଲେ, ସେମାନଙ୍କର କୂଟନୈତିକ ସମ୍ପର୍କ ମଧ୍ୟ ନଥିଲା, କିନ୍ତୁ ମାର୍ଚ୍ଚରେ ଚୀନ୍ର ଉଦ୍ୟମରେ ଉଭୟ ଦେଶର ତିକ୍ତତା କମ୍ ହୋଇଥିଲା ।
ଖବର ଅନୁସାରେ, ପ୍ରାୟ 300,000 ଇସ୍ରାଏଲ୍ ସୈନ୍ୟ ଗାଜା ନିକଟରେ ରହି ହମାସ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ 1200 ଇସ୍ରାଏଲ୍ ନାଗରିକ ଏହି ଯୁଦ୍ଧରେ ପ୍ରାଣ ହରାଇଛନ୍ତି। ଯେଉଁଠାରେ ପାଲେଷ୍ଟାଇନର 1,128 ଜଣଙ୍କର ମୃତ୍ୟୁ ଘଟିଛି।
ଇରାନିଆନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାଉଦି କ୍ରାଉନ୍ ପ୍ରିନ୍ସ ତାଙ୍କ ପକ୍ଷ ରଖି କହିଛନ୍ତି, ଇସ୍ରାଏଲ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ସାଉଦି ଅନ୍ତର୍ଜାତୀୟ ତଥା ଆଞ୍ଚଳିତ ଦଳ ସହ ଯୋଗାଯୋଦ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି । ଏହା ସହ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରାଯିବାକୁ ସାଉଦି ବିରୋଧ କରୁଛି ବୋଲି ପ୍ରିନ୍ସ କହିଛନ୍ତି ।
ସୂଚନାଥାଉ ଯେ, ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅତି କମରେ 22 ଜଣ ଆମେରିକୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ଆମେରିକୀୟ ନାଗରିକଙ୍କୁ କିପରି ହତ୍ୟା କରାଯାଇଥିଲା ତାହା ନିଶ୍ଚିତ ହୋଇପାରି ନାହିଁ।












Click it and Unblock the Notifications