ପାକିସ୍ତାନୀ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିବା ଚିନ୍ତାର ବିଷୟ: ରାଜନାଥ ସିଂ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ାଇଛନ୍ତି । ବାସ୍ତବରେ ଏହି ପ୍ରଶଂସା ପରେ ଭାରତୀୟ ଜନତା ପାର୍ଟି କ୍ରମାଗତ ଭାବେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରୁଛି । ଏହି ପ୍ରସଙ୍ଗରେ ବିଜେପି ରାହୁଲ ଗାନ୍ଧୀଙ୍କଠାରୁ ଜବାବ ମାଗୁଛି ।
ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂ ମଧ୍ୟ ଏହି ପ୍ରସଙ୍ଗରେ ମାରିଛନ୍ତି ଏଣ୍ଟ୍ରି । ସେ କହିଛନ୍ତି ଯେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିବା ଅତ୍ୟନ୍ତ ଚିନ୍ତାର ବିଷୟ ଏବଂ କଂଗ୍ରେସ ଏହା ଉପରେ ସ୍ପଷ୍ଟୀକରଣ ଦେବା ଉଚିତ୍ ।
ପିଟିଆଇ ସହ କଥା ହେବାବେଳେ ରାଜନାଥ ସିଂ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଖରେ କୌଣସି ଶକ୍ତି ନାହିଁ, ଯେତେବେଳେ କି ତାଙ୍କ ଦଳ ନିର୍ବାଚନ ଲାଭ ପାଇଁ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରି ନିଆଁ ସହ ଖେଳୁଛନ୍ତି । ଧାର୍ମିକ ଆଧାରରେ କଂଗ୍ରେସ ଟେନସନ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସ ସାମାଜିକ ସୌହାର୍ଦ୍ଦ୍ୟକୁ ଭଣ୍ଡୁର କରିବାକୁ ଚାହୁଁଛି ।

ସେମାନେ ମୁସଲମାନ ସମ୍ପ୍ରଦାୟକୁ କେବଳ ଏକ ଭୋଟ୍ ବ୍ୟାଙ୍କ ଭାବରେ ଦେଖନ୍ତି ବୋଲି ରାଜନାଥ ଅଭିଯୋଗ ଆଣିଛନ୍ତି । ରାଜନାଥ ସିଂ ଆହୁରି କହିଛନ୍ତି ଯେ ସେମାନଙ୍କ (କଂଗ୍ରେସ)ପାଇଁ ମୋର ଏକ ପରାମର୍ଶ ଅଛି - କେବଳ ସରକାର ଗଠନ ପାଇଁ ରାଜନୀତି କରାଯିବା ଉଚିତ ନୁହେଁ । ରାଜନୀତିର ଲକ୍ଷ୍ୟ ହେଉଛି ରାଷ୍ଟ୍ର ନିର୍ମାଣ । ଆଉ ସେ ପୁଣିଥରେ ବିଜେପି ପାଇଁ ଏକ ବଡ ବିଜୟ ଦାବି କରିଛନ୍ତି ।
ପାକିସ୍ତାନରେ ଇମ୍ରାନ ଖାନଙ୍କ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସେୟାର କରିବା ସହ କଂଗ୍ରେସ ନେତାଙ୍କୁ ପ୍ରଶଂସା କରିଥିଲେ । ପାକିସ୍ତାନର ପୂର୍ବତନ ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କଂଗ୍ରେସ ନେତା ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରୁଛନ୍ତି ।












Click it and Unblock the Notifications